ଭୁବନେଶ୍ବର: ଆଜି ରାଜ୍ୟରେ ୧୮୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦କୁ ବୃଦ୍ଧି ପାଇଛି।

Advertisment

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତା’ପଛକୁ ରହିଛି ଗଞ୍ଜାମ ଜିଲ୍ଲା। ଆଜି ଗଞ୍ଜାମ ଜିଲ୍ଲାରେ ୨୭୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାୟଗଡ଼ା ଜିଲ୍ଲାରୁ ୧୫୨, କଟକ ଜିଲ୍ଲାରୁ ୧୨୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦, କଳାହାଣ୍ଡି ଜିଲ୍ଲାରୁ ୮୪, ବାଲେଶ୍ବର ଜିଲ୍ଲାରୁ ୬୯, ପୁରୀ ଜିଲ୍ଲାରୁ ୬୭ , ନୟାଗଡ଼ ଜିଲ୍ଲାରୁ ୬୧, ଯାଜପୁର ଜିଲ୍ଲାରୁ ୬୦, ଭଦ୍ରକ ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୪୭, ଢେଙ୍କାନାଳ ଜିଲ୍ଲାରୁ ୪୩, ସମ୍ବଲପୁର ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୩୭, ମାଲକାନଗିରି ଜିଲ୍ଲାରୁ ୩୬, ଗଜପତି ଜିଲ୍ଲାରୁ ୩୫, ବୌଦ୍ଧ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ୩୪ ଲେଖାଏଁ, ସୋନପୁର ଜିଲ୍ଲାରୁ ୩୩, ଝାରସୁଗୁଡ଼ା ଜିଲ୍ଲାରୁ ୩୦, ଜଗତସିଂହପୁର, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୧୬ ଲେଖାଏଁ, ନବରଙ୍ଗପୁର ଜିଲ୍ଲାରୁ ୧୧, ଅନୁଗୁଳ ଜିଲ୍ଲାରୁ ୯, ବରଗଡ଼ ଜିଲ୍ଲାରୁ ୮ ଏବଂ ନୂଆପଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୬୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୭୦ରହିଛି।