ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପୁଣି ୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ନର୍ଲା ବ୍ଳକରେ ୧୨ ଜଣ, ମଦନପୁର ରାମପୁର ବ୍ଳକରେ ଜଣେ, ଲାଞ୍ଜିଗଡ଼ ବ୍ଳକରେ ଜଣେ, ଧର୍ମଗଡ଼ ବ୍ଳକରେ ଜଣେ, ଜୁନାଗଡ଼ ବ୍ଳକରେ ୭ ଜଣ, କେସିଙ୍ଗା ବ୍ଳକରେ ଜଣେ ଓ ଭବାନୀପାଟଣା ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଗତ ୧୫ ତାରିଖ ଦିନ ଜୟପାଟଣା ବ୍ଳକରେ ୧୧ ଜଣ, କଲମପୁର ବ୍ଳକରେ ୭ ଜଣ, ଜୁନାଗଡ଼ ବ୍ଳକରେ ୪ ଜଣ, ଥୁଆମୂଳ ରାମପୁର ବ୍ଳକରେ ୧୨ ଜଣ, କେସିଙ୍ଗା ବ୍ଳକରେ ୩ ଜଣ , ଭବାନୀପାଟଣା ବ୍ଳକରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ୧୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଜୟପାଟଣା ବ୍ଳକରେ ଜଣେ, କଲମପୁର ବ୍ଳକରେ ୨ ଜଣ ଏବଂ ଧର୍ମଗଡ଼ ବ୍ଳକରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗତ ୧୪ ତାରିଖରେ ବଲଧିଆମାଲରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ବଲଧିଆମାଲ କୁ ୫୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ସେହିଭଳି ଜୁନାଗଡ଼ ସହରରେ ଗତ ୧୨ ଓ ୧୩ ତାରିଖରେ ସ୍କ୍ରିନିଂ ସମୟରେ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ କଳାହାଣ୍ଡି ଜିଲ୍ଲାପାଳ ଜୁନାଗଡ଼ ସହରର ବଜାରପଡା, ବଡ଼ପଡା, ତାଲବନ୍ଧପଡା, ବରଗଛପଡା, ମଧ୍ଯମପଡା, ମାରୱାଡିପଡା, ଗନ୍ତାୟତପଡା ଓ ବ୍ଲକ କଲୋନୀପଡାକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ଅନ୍ୟ ପକ୍ଷରେ ଥୁଆମୂଳ ରାମପୁର ବ୍ଲକର ଡୁମେରପଦର ଗ୍ରାମରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଡୁମେରପଦର ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ସେହିଭଳି ଏହାର ୩ କିଲୋମିଟର ବ୍ୟାସାର୍ଦ୍ଧକୁ ବଫର ଜୋନ ଘୋଷଣା କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୮୩୦ କୁ ବୃଦ୍ଧି ହୋଇଛି। ୪୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬୫ ଜଣ ଏବେବି ଚିକିତ୍ସିତ ହେଉଛନ୍ତି । ୭ ଜଣ ଅନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।