ବୌଦ୍ଧ ଜିଲ୍ଲାରୁ ପୁଣି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ: ଶନିବାର ବୌଦ୍ଧ ଜିଲ୍ଲାରୁ ପୁଣି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା ହୋଇଛି। ଚିହ୍ନଟଙ୍କ ମଧ୍ୟରୁ କଣ୍ଟାମାଳ ବ୍ଲକ ବଡ ଝାରମୁଣ୍ଡା ଗାଁରୁ ସର୍ବାଧିକ ୨୨ ଜଣ, ବଉଳପୁର୍ ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ବୁରୁବୁଡା ଗ୍ରାମରୁ ଜଣେ, ବୌଦ୍ଧ ବ୍ଲକ ଯୋଗୀବେରୁଣୀ ଗ୍ରାମରୁ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ବୁର୍ଲାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୨୬୯୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୬୧୦ଜଣ ସୁସ୍ଥ ହୋଇସାରିଛନ୍ତି। ୭୧ ଜଣ ଚିକିତ୍ସାଧିନ ରହିଛନ୍ତି। ୧୭୩ଜଣଙ୍କ ରିପୋର୍ଟ ଆସିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର