୨୬୯୮ ଜଣ ନୂଆ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ କଟକ ଜିଲ୍ଲାରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ ନୂଆ ଆକ୍ରାନ୍ତ ଥିବା ଜଣାଯାଇଛି।
ଠିକ୍ ସେହିପରି ନବରଙ୍ଗପୁର ଜିଲ୍ଲାରେ୯୧,ବାଲେଶ୍ବର ଜିଲ୍ଲାରେ ୧୦୨, ନୟାଗଡ଼ ଜିଲ୍ଲାରେ୯୪, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୮୯ ଲେଖାଏଁ, ପୁରୀ ଜିଲ୍ଲାରେ ୮୭, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ୮୧ ଲେଖାଏଁ, ଯାଜପୁର ଜିଲ୍ଲାରେ ୮୦, ସମ୍ବଲପୁର ଜିଲ୍ଲାରେ ୭୮, ଝାରସୁଗୁଡ଼ା ଜିଲ୍ଲାରେ ୭୨, ବଲାଙ୍ଗୀର ଜିଲ୍ଲାରେ ୭୧, ଗଜପତି ଜିଲ୍ଲାରେ ୫୮, ବରଗଡ଼ ଜିଲ୍ଲାରେ ୫୬, କଳାହାଣ୍ଡି ଜିଲ୍ଲାରେ ୪୯, ସୋନପୁର ଜିଲ୍ଲାରେ ୩୧, ଅନୁଗୁଳ ଜିଲ୍ଲାରେ ୨୯, ଢେଙ୍କାନାଳ ଜିଲ୍ଲାରେ ୨୭, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ୨୧ ଲେଖାଏଁ, ବୌଦ୍ଧ ଜିଲ୍ଲାରେ ୧୧, ନୂଆପଡ଼ା ଜିଲ୍ଲାରେ ୩ ଓ ଦେବଗଡ଼ ଜିଲ୍ଲାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୮୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୬୯୯ ରହିଛି।

ସମ୍ବନ୍ଧିତ ଖବର