ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧କୁ ବୃଦ୍ଧିପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
22. Mayurbhanj: 137
23. Nawarangpur: 27
24. Nayagarh: 103
25. Nuapada: 8
26. Puri: 144
27. Rayagada: 177
28. Sambalpur: 55
29. Sonepur: 1
30. Sundargarh: 44New Recoveries: 2519
Cumulative Tested: 1421958
Positive: 84231
Recovered: 56924
Active Cases: 26826— I & PR Department, Odisha (@IPR_Odisha) August 25, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୩, କଟକ ଜିଲ୍ଲାରୁ ୨୪୭, ଯାଜପୁର ଜିଲ୍ଲାରୁ ୨୧୭ ଓ ଗଞ୍ଜାମ ଜିଲ୍ଲାରୁ ୨୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୪, ପୁରୀରୁ ୧୪୪, ମୟୂରଭଞ୍ଜରୁ ୧୩୭, ବାଲେଶ୍ବରରୁ ୧୨୯, ନୟାଗଡ଼ରୁ ୧୦୩, ଜଗତସିଂହପୁର ଓ ମାଲକାନଗିରିରୁ ୧୦୧ ଲେଖାଏଁ, କେନ୍ଦ୍ରାପଡ଼ାରୁ ୯୭, କନ୍ଧମାଳରୁ ୯୫, ଗଜପତିରୁ ୬୦, ଭଦ୍ରକ ଜିଲ୍ଲାରୁ ୫୮, ସମ୍ବଲପୁର ଜିଲ୍ଲାରୁ ୫୫, ସୁନ୍ଦରଗଡ଼ ଜିଲ୍ଲାରୁ ୪୪, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୨୮ ଲେଖାଏଁ, ନବରଙ୍ଗପୁର ଜିଲ୍ଲାରୁ ୨୭, ଅନୁଗୁଳ ଜିଲ୍ଲାରୁ ୨୩, କଳାହାଣ୍ଡି ଜିଲ୍ଲାରୁ ୧୬, ଝାରସୁଗୁଡ଼ା ଜିଲ୍ଲାରୁ ୧୫, ବଲାଙ୍ଗୀର ଜିଲ୍ଲାରୁ ୧୪, ବୌଦ୍ଧ ଜିଲ୍ଲାରୁ ୧୧, ନୂଆପଡ଼ା ଜିଲ୍ଲାରୁ ୮, ଦେବଗଡ଼ ଜିଲ୍ଲାରୁ ୬, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୬୯୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୨୬ ରହିଛି।