ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୯୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦କୁ ବୃଦ୍ଧି ପାଇଛି।
22. Mayurbhanj: 136
23. Nawarangpur: 26
24. Nayagarh: 142
25. Nuapada: 20
26. Puri: 144
27. Rayagada: 116
28. Sambalpur: 37
29. Sonepur: 38
30. Sundargarh: 161New Recoveries: 1521
Cumulative Tested: 908508
Positive: 60050
Recovered: 40726
Active Cases: 18928— I & PR Department, Odisha (@IPR_Odisha) August 16, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩୧୮, ଯାଜପୁର ଜିଲ୍ଲାରୁ ୨୦୦, ଅନୁଗୁଳ ଜିଲ୍ଲାରୁ ୩୭, ବାଲେଶ୍ବର ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୪୮, ଭଦ୍ରକ ଜିଲ୍ଲାରୁ ୧୦୭, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୮ , କଟକ ଜିଲ୍ଲାରୁ ୧୮୯, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୪୦, ଗଜପତି ଜିଲ୍ଲାରୁ ୭୧, ଜଗତସିଂହପୁର ଜିଲ୍ଲାରୁ ୪୭, ଝାରସୁଗୁଡ଼ା ଜିଲ୍ଲାରୁ ୩୦, କଳାହାଣ୍ଡି ଜିଲ୍ଲାରୁ ୨୭, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୦, କେନ୍ଦୁଝର ଜିଲ୍ଲାରୁ ୨୬, କୋରାପୁଟ ୯୫ ମାଲକାନଗିରି ୯୩ ମୟୂରଭଞ୍ଜ ୧୩୬ ନବରଙ୍ଗପୁର ଜିଲ୍ଲାରୁ ୨୬, ନୟାଗଡ଼ ଜିଲ୍ଲାରୁ ୧୪୨, ନୂଆପଡ଼ା ଜିଲ୍ଲାରୁ ୨୦, ପୁରୀ ଜିଲ୍ଲାରୁ ୧୪୪, ରାୟଗଡ଼ା ଜିଲ୍ଲାରୁ ୧୧୬, ସମ୍ବଲପୁର ଜିଲ୍ଲାରୁ ୩୭, ସୋନପୁର ଜିଲ୍ଲାରୁ ୩୮ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୦,୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୯୨୮ ରହିଛି।