ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ୧୬୭ ଦିନ ଅତିବାହିତ ହେବା ସହ ଲକ୍ଷେ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୩୦୧୪ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୪୬ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୩୪କୁ ବୃଦ୍ଧିପାଇଛି।
22. Nawarangpur: 38
23. Nayagarh: 29
24. Nuapada: 7
25. Puri: 118
26. Rayagada: 104
27. Sambalpur: 102
28. Sonepur: 44
29. Sundargarh: 91New Recoveries: 2888
Cumulative Tested: 1731556
Positive: 100934
Recovered: 70714
Active Cases: 29685— I & PR Department, Odisha (@IPR_Odisha) August 30, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୩୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୯, ଗଞ୍ଜାମ ଜିଲ୍ଲାରୁ ୨୧୬, ବଲାଙ୍ଗୀର ଜିଲ୍ଲାରୁ ୩୫, ବାଲେଶ୍ବର ଜିଲ୍ଲାରୁ ୧୩୮, କୋରାପୁଟ ଜିଲ୍ଲାରୁ ୧୨୦, ଭଦ୍ରକ ଜିଲ୍ଲାରୁ ୪୦, ରାୟଗଡ଼ା ଜିଲ୍ଲାରୁ ୧୦୪, ପୁରୀ ଜିଲ୍ଲାରୁ ୧୧୮, ସୁନ୍ଦରଗଡ଼ ଜିଲ୍ଲାରୁ ୯୧, ଜଗତସିଂହପୁର ଜିଲ୍ଲାରୁ ୬୬, ସମ୍ବଲପୁର ଜିଲ୍ଲାରୁ୧୦୨, କଳାହାଣ୍ଡି ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୩୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪, ମାଲକାନଗିରି ଜିଲ୍ଲାରୁ ୪୯, ଗଜପତି ୯, ମୟୂରଭଞ୍ଜ ଜିଲ୍ଲାରୁ ୨୯୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫, ଢେଙ୍କାନାଳ ଜିଲ୍ଲାରୁ ୪୯, ନବରଙ୍ଗପୁର ଜିଲ୍ଲାରୁ ୩୮, କେନ୍ଦୁଝର ଜିଲ୍ଲାରୁ ୬୮, ସୁବର୍ଣ୍ଣପୁର ଜିଲ୍ଲାରୁ ୪୪, ଅନୁଗୁଳ ଜିଲ୍ଲାରୁ ୨୫, ବରଗଡ଼ ଜିଲ୍ଲାରୁ ୧୨୪, ନୂଆପଡ଼ା ଜିଲ୍ଲାରୁ ୭ ଓ ଦେବଗଡ଼ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୭୦୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫ ରହିଛି।