ଭୁବନେଶ୍ବର: ଆଜି ରାଜ୍ୟରେ ୩୨୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହି ସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୮୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
22. Mayurbhanj: 134
23. Nawarangpur: 85
24. Nayagarh: 70
25. Nuapada: 40
26. Puri: 235
27. Rayagada: 169
28. Sambalpur: 80
29. Sonepur: 66
30. Sundargarh: 127New Recoveries: 3278
Cumulative Tested: 1997345
Positive: 116678
Recovered: 87351
Active Cases: 28743— I & PR Department, Odisha (@IPR_Odisha) September 4, 2020
ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୭୦, ଗଞ୍ଜାମ ଜିଲ୍ଲାରୁ ୯୭, ବଲାଙ୍ଗୀର ଜିଲ୍ଲାରୁ ୪୩, ବାଲେଶ୍ବର ଜିଲ୍ଲାରୁ ୯, କୋରାପୁଟ ଜିଲ୍ଲାରୁ ୮୩, ଭଦ୍ରକ ଜିଲ୍ଲାରୁ ୧୩୮, ରାୟଗଡ଼ା ଜିଲ୍ଲାରୁ ୧୬୯, ପୁରୀ ଜିଲ୍ଲାରୁ ୨୩୫, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୭, ଜଗତସିଂହପୁର ଜିଲ୍ଲାରୁ ୬୬, ସମ୍ବଲପୁର ଜିଲ୍ଲାରୁ ୮୦, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୨୩, କନ୍ଧମାଳ ଜିଲ୍ଲାରୁ ୨୭, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୧, ମାଲକାନଗିରି ଜିଲ୍ଲାରୁ ୧୭, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୧୩୪ , ଝାରସୁଗୁଡ଼ା ଜିଲ୍ଲାରୁ ୩୭, ଢେଙ୍କାନାଳ ଜିଲ୍ଲାରୁ ୧୮, ନବରଙ୍ଗପୁର ଜିଲ୍ଲାରୁ ୮୫, କେନ୍ଦୁଝର ଜିଲ୍ଲାରୁ ୧୦୭, ସୁବର୍ଣ୍ଣପୁର ଜିଲ୍ଲାରୁ ୬୬, ଅନୁଗୁଳ ଜିଲ୍ଲାରୁ ୬୦, ବରଗଡ଼ ଜିଲ୍ଲାରୁ ୧୨୦, ନୂଆପଡ଼ା ଜିଲ୍ଲାରୁ ୪୦, ଦେବଗଡ଼ରୁ ୨୩ ଓ ବୌଦ୍ଧ ଜିଲ୍ଲାରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୪୩ ରହିଛି।