ଭୁବନେଶ୍ବର: ଆଜି ରାଜ୍ୟରେ ୩୪୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୯୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 207
23. Nawarangpur: 40
24. Nayagarh: 34
25. Nuapada: 102
26. Puri: 217
27. Rayagada: 206
28. Sambalpur: 85
29. Sonepur: 107
30. Sundargarh: 64
31. State Pool: 102New Recovery: 3034
Cumulative Tested: 2184841
Positive: 131382
Recovered: 99398
Active Case: 31362— I & PR Department, Odisha (@IPR_Odisha) September 8, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୭୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ ୬୯, ବଲାଙ୍ଗୀର ଜିଲ୍ଲାରୁ୧୧୦, ବାଲେଶ୍ବର ଜିଲ୍ଲାରୁ ୯୨, କୋରାପୁଟ ଜିଲ୍ଲାରୁ ୯୩, ଭଦ୍ରକ ଜିଲ୍ଲାରୁ ୮୯, ରାୟଗଡ଼ା ଜିଲ୍ଲାରୁ ୨୦୬, ପୁରୀ ଜିଲ୍ଲାରୁ ୨୧୭, ସୁନ୍ଦରଗଡ଼ ଜିଲ୍ଲାରୁ ୬୪, ଜଗତସିଂହପୁର ଜିଲ୍ଲାରୁ ୯୧, ସମ୍ବଲପୁର ଜିଲ୍ଲାରୁ ୮୫, କଳାହାଣ୍ଡି ଜିଲ୍ଲାରୁ ୩୯, ଯାଜପୁର ଜିଲ୍ଲାରୁ ୧୭୮, କନ୍ଧମାଳ ଜିଲ୍ଲାରୁ ୮୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫, ମାଲକାନଗିରି ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୫୩, ମୟୂରଭଞ୍ଜ ଜିଲ୍ଲାରୁ ୨୦୭ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୩, ଢେଙ୍କାନାଳ ଜିଲ୍ଲାରୁ ୮୧, ନବରଙ୍ଗପୁର ଜିଲ୍ଲାରୁ ୪୦, କେନ୍ଦୁଝର ଜିଲ୍ଲାରୁ ୫୫, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦୭, ଅନୁଗୁଳ ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୮୧, ନୂଆପଡ଼ା ଜିଲ୍ଲାରୁ ୧୦୨, ଦେବଗଡ଼ରୁ ୨୭ ଓ ବୌଦ୍ଧ ଜିଲ୍ଲାରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୯୯, ୩୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୩୬୨ରହିଛି।