୩୬୩୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୬୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୭୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୧୦୦, ଗଞ୍ଜାମ ଜିଲ୍ଲାରୁ ୧୦୭, ବଲାଙ୍ଗୀର ଜିଲ୍ଲାରୁ ୩୯, ବାଲେଶ୍ବର ଜିଲ୍ଲାରୁ ୧୧୪, କୋରାପୁଟ ଜିଲ୍ଲାରୁ ୯୩, ଭଦ୍ରକ ଜିଲ୍ଲାରୁ ୧୮୬, ରାୟଗଡ଼ା ଜିଲ୍ଲାରୁ ୧୧୧, ପୁରୀ ଜିଲ୍ଲାରୁ ୧୫୭, ସୁନ୍ଦରଗଡ଼ ଜିଲ୍ଲାରୁ ୯୫, ଜଗତସିଂହପୁର ଜିଲ୍ଲାରୁ ୭୯, ସମ୍ବଲପୁର ଜିଲ୍ଲାରୁ ୬୮, କଳାହାଣ୍ଡି ଜିଲ୍ଲାରୁ ୨୭, ଯାଜପୁର ଜିଲ୍ଲାରୁ ୧୨୭, କନ୍ଧମାଳ ଜିଲ୍ଲାରୁ ୪୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫, ମାଲକାନଗିରି ଜିଲ୍ଲାରୁ ୫୫, ଗଜପତି ଜିଲ୍ଲାରୁ ୯, ମୟୂରଭଞ୍ଜ ଜିଲ୍ଲାରୁ ୩୬୫ , ଝାରସୁଗୁଡ଼ା ଜିଲ୍ଲାରୁ ୮୦, ଢେଙ୍କାନାଳ ଜିଲ୍ଲାରୁ ୫୬, ନବରଙ୍ଗପୁର ଜିଲ୍ଲାରୁ ୪୬, କେନ୍ଦୁଝର ଜିଲ୍ଲାରୁ ୮୦, ସୁବର୍ଣ୍ଣପୁର ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ ୪୧, ବରଗଡ଼ ଜିଲ୍ଲାରୁ ୨୩୮, ନୂଆପଡ଼ା ଜିଲ୍ଲାରୁ ୪୯, ଦେବଗଡ଼ ୧୧ ଓ ବୌଦ୍ଧ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୮୪,୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୬୩ ରହିଛି।

ସମ୍ବନ୍ଧିତ ଖବର