ଭୁବନେଶ୍ବର: ଆଜି ରାଜ୍ୟରେ ୩୭୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୬୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୭୧, ଗଞ୍ଜାମ ଜିଲ୍ଲାରୁ ୫୮, ବଲାଙ୍ଗୀର ଜିଲ୍ଲାରୁ ୫୧, ବାଲେଶ୍ବର ଜିଲ୍ଲାରୁ ୧୨୭, କୋରାପୁଟ ଜିଲ୍ଲାରୁ ୯୮, ଭଦ୍ରକ ଜିଲ୍ଲାରୁ ୬୭, ରାୟଗଡ଼ା ଜିଲ୍ଲାରୁ ୭୫, ପୁରୀ ଜିଲ୍ଲାରୁ ୨୩୭, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୮, ଜଗତସିଂହପୁର ଜିଲ୍ଲାରୁ ୧୦୦, ସମ୍ବଲପୁର ଜିଲ୍ଲାରୁ ୧୧୨, କଳାହାଣ୍ଡି ଜିଲ୍ଲାରୁ ୭୦, ଯାଜପୁର ଜିଲ୍ଲାରୁ ୧୩୩, କନ୍ଧମାଳ ଜିଲ୍ଲାରୁ ୪୯, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୪୮, ମାଲକାନଗିରି ଜିଲ୍ଲାରୁ ୨୬, ଗଜପତି ଜିଲ୍ଲାରୁ ୧୩, ମୟୂରଭଞ୍ଜ ଜିଲ୍ଲାରୁ ୫୮ , ଝାରସୁଗୁଡ଼ା ଜିଲ୍ଲାରୁ ୭୦, ଢେଙ୍କାନାଳ ଜିଲ୍ଲାରୁ ୬୭, ନବରଙ୍ଗପୁର ଜିଲ୍ଲାରୁ ୧୦୭, କେନ୍ଦୁଝର ଜିଲ୍ଲାରୁ ୭୮, ସୁବର୍ଣ୍ଣପୁର ଜିଲ୍ଲାରୁ ୭୨, ଅନୁଗୁଳ ଜିଲ୍ଲାରୁ ୧୧୫, ବରଗଡ଼ ଜିଲ୍ଲାରୁ ୧୩୯, ନୂଆପଡ଼ା ଜିଲ୍ଲାରୁ ୭୩, ଦେବଗଡ଼ରୁ ୧୪ ଓ ବୌଦ୍ଧ ଜିଲ୍ଲାରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୧,୧୨୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୬୩ ରହିଛି।