୩୯୨୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୮, ଗଞ୍ଜାମ ଜିଲ୍ଲାରୁ ୩୯, ବଲାଙ୍ଗୀର ଜିଲ୍ଲାରୁ ୮୫, ବାଲେଶ୍ବର ଜିଲ୍ଲାରୁ ୭୨, କୋରାପୁଟ ଜିଲ୍ଲାରୁ ୬୯, ଭଦ୍ରକ ୫୧, ରାୟଗଡ଼ା ଜିଲ୍ଲାରୁ ୪୮, ପୁରୀ ଜିଲ୍ଲାରୁ ୧୮୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩, ଜଗତସିଂହପୁର ଜିଲ୍ଲାରୁ ୧୨୩, ସମ୍ବଲପୁର ଜିଲ୍ଲାରୁ ୧୧୭, କଳାହାଣ୍ଡି ଜିଲ୍ଲାରୁ ୭୩, ଯାଜପୁର ଜିଲ୍ଲାରୁ ୧୦୩, କନ୍ଧମାଳ ଜିଲ୍ଲାରୁ ୬୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୭, ମାଲକାନଗିରି ଜିଲ୍ଲାରୁ ୬୯, ଗଜପତି ଜିଲ୍ଲାରୁ ୨୨,  ମୟୂରଭଞ୍ଜ ଜିଲ୍ଲାରୁ ୧୪୯ , ଝାରସୁଗୁଡ଼ା ଜିଲ୍ଲାରୁ ୧୦୯, ଢେଙ୍କାନାଳ ଜିଲ୍ଲାରୁ ୭, ନବରଙ୍ଗପୁର ଜିଲ୍ଲାରୁ ୪୦, କେନ୍ଦୁଝର ଜିଲ୍ଲାରୁ ୨୧୨, ସୁବର୍ଣ୍ଣପୁର ଜିଲ୍ଲାରୁ ୨୫, ଅନୁଗୁଳ ଜିଲ୍ଲାରୁ ୨୦୦, ବରଗଡ଼ ଜିଲ୍ଲାରୁ ୧୫୪, ନୂଆପଡ଼ା ଜିଲ୍ଲାରୁ ୧୧୪, ଦେବଗଡ଼ରୁ ୮ ଓ ବୌଦ୍ଧ ଜିଲ୍ଲାରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହାଛଡ଼ା  ଷ୍ଟେଟ୍ ପୁଲରୁ ୨୧୪ ସଂକ୍ରମିତ  ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୧,୭୦,୧୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮,୩୩୧ ରହିଛି।

ସମ୍ବନ୍ଧିତ ଖବର