ତ୍ରାହି ତ୍ରାହି ଡାକିଲେଣି ଗଞ୍ଜାମବାସୀ : ତିନି ଦିନ ହେଲା ୫ ଶହ ତଳକୁ ଖସୁନି, ପୁଣି ୫୬୦ ପଜିଟିଭ୍‌, ୮ ହଜାର ଟପିଲା

ବ୍ରହ୍ମପୁର : ଗଞ୍ଜାମରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଛି। ଜିଲ୍ଲାର ସ୍ଥିତି ବିଗିଡ଼ି ଗଲାଣି। ସ˚କ୍ରମଣ ଓ ମୃତ୍ୟୁ ବୃଦ୍ଧି ପାଉଥିବା ଜିଲ୍ଲାବାସୀ ତ୍ରାହି ତାହି ଡାକିଲେଣି। ଏହି ମହାମାରୀ ଲାଗି ଜୀବନଜୀବିକା ସବୁ କିଛି ବିପନ୍ନ ହୋଇଯାଇଥିବା ବେଳେ ପ୍ରଶାସନ ଅଶ୍ବାସନା ଦେଇ କହୁଛି ‘କରୋନା ହାରିବ, ଗଞ୍ଜାମ ଜିତିବ’। ଜୁଲାଇ ଆରମ୍ଭରୁ ପଜିଟିଭ୍‌ ଗ୍ରାଫ୍‌ ଉପରମୁହାଁ ରହି ୨ଶହ ତଳକୁ ଖସୁ ନ ଥିଲା। ଗତ ତିନିଦିନ ହେଲା ଏହା ୫ଶହ ତଳକୁ ଖସୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୫୬୦ ଜଣ ସ˚କ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ୮ହଜାର ପାର୍‌ ହୋଇ ୮୧୯୪ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୩୯୧ ଜଣ ସୁସ୍ଥ ହୋଇଛନ୍ତି। ସମୁଦାୟ ୫୪୦୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ ମାମଲା ୨୭୧୭ ରହିଛି।

Puerto Vallarta News

କରୋନା କାରଣରୁ ଗଞ୍ଜାମ ଜିଲ୍ଲାରେ ଏଯାଏ ସମୁଦାୟ ୭୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେଥିରୁ ୭୩ ଜଣ କୋଭିଡ଼୍‌ ଓ ୫ ଜଣଙ୍କ ଅଣକୋଭିଡ଼୍‌ଜନିତ ମୃତ୍ୟୁ ଘଟିଛି। ଆଜି ରାଜ୍ୟରେ ୧୦ଜଣ ଏବ˚ ଗଞ୍ଜାମ ଜିଲ୍ଳାରେ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ୬୦ ବର୍ଷୀୟ ୨ଜଣ ବୃଦ୍ଧ ଏବ˚ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ୩୦ ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି। ଜିଲ୍ଳାରୁ ଆଜି ଚିହ୍ନଟ ସ˚କ୍ରମିତଙ୍କ ମଧ୍ୟରେ ୬୨ ଜଣ କୋଭିଡ଼୍‌ ଯୋଦ୍ଧା, ୨୫ ଜଣ ରାଜ୍ୟ ବାହାର ଆସି ସ˚କ୍ରମିତ ଓ ପଜିଟିଭ୍‌ଙ୍କ ସ˚ସ୍ପର୍ଶରେ ଆସି ସ୍ଥାନୀୟ ସ˚କ୍ରମିତ ୪୭୩ ଜଣ। ସ˚କ୍ରମିତ କୋଭିଡ଼୍‌ ଯୋଦ୍ଧାଙ୍କ ମଧ୍ୟରେ ଆସିକା, ଚିକିଟି, ଦିଗହପଣ୍ତି, ହିଞ୍ଜଳିକାଟୁ, କବିସୂର୍ଯ୍ୟନଗର. ସାନଖେମୁଣ୍ତି ଓ ଶେରଗଡ଼ ଅଞ୍ଚଳର ଜଣେ ଲେଖାଏଁ, ବେଗୁନିଆପଡ଼ା, ଜଗନ୍ନାଥପ୍ରସାଦ ଓ ସୋରଡ଼ାର ୨ ଜଣ ଲେଖାଏଁ, କୁକୁଡ଼ାଖଣ୍ତି, ଭଞ୍ଜନଗର, ରଙ୍ଗେଇଲୁଣ୍ତା ଓ ପୁରୁଷୋତ୍ତମପୁରର ୩ଜଣ ଲେଖାଏଁ, ବୁଗୁଡ଼ା ଓ ଖଲ୍ଲିକୋଟର ୪ଜଣ ଲେଖାଏଁ, ଛତ୍ରପୁରର ୬ଜଣ, ପୋଲସରାର ୧୧ ଓ ବେଲଗୁଣ୍ଠାର ୧୨ଜଣ ରହିଛନ୍ତି। ରାଜ୍ୟ ବାହାର ଫେରନ୍ତା ସ˚କ୍ରମିତଙ୍କ ମଧ୍ୟରେ ଚିକିଟିର ୧୪ଜଣ, ବେଲଗୁଣ୍ଠାର ୩ଜଣ, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ପାତ୍ରପୁର ଓ ରଙ୍ଗେଇଲୁଣ୍ତାର ଜଣେ ଲେଖାଏଁ ଏବ˚ ଛତ୍ରପୁରର ୪ଜଣ ରହିଛନ୍ତି।

ସେହିପରି ଚିହ୍ନଟ ସ୍ଥାନୀୟ ସ˚କ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗରର ୯୦ଜଣ, ଆସିକାର ୨୩, ବେଲଗୁଣ୍ଠା ୨୬, ଭଞ୍ଜନଗର ୪୦, ବୁଗୁଡ଼ା ୩୫, ଛତ୍ରପୁର ୫୪, ଧରାକୋଟ ୧୬, ହିଞ୍ଜିଳିକାଟୁ ଓ ପୋଲସରା ୧୭ଜଣ ଲେଖାଏଁ, ଜଗନ୍ନାଥପ୍ରସାଦ, ପାତ୍ରପୁର ଓ ଖଲ୍ଲିକୋଟ ୧୧ଜଣ ଲେଖାଏଁ, କୁକୁଡ଼ାଖଣ୍ତି ୧୪, ରଙ୍ଗେଇଲୁଣ୍ତା ୩୯, ସାନଖେମୁଣ୍ତି ୨୧, ଶେରଗଡ଼ ୧୨,ସୋରଡ଼ା ୭, ଗଞ୍ଜାମ ୮ଜଣ, ଦିଗପହଣ୍ତି ଓ କବିସୂର୍ଯ୍ୟନଗର ୪ଜଣ ଲେଖାଏଁ, ପୁରୁଷୋତ୍ତମପୁର ୫ଜଣ, ବେଗୁନିଆପଡ଼ାର ୨ଜଣ ରହିଛନ୍ତି। ଏହା ସହିତ ଅନ୍ୟାନ୍ୟ ଅ˚ଚଳରୁ ୫ଜଣ ସ˚କ୍ରମିତ ରହିଛନ୍ତି।

ସମ୍ବନ୍ଧିତ ଖବର