ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ପିଲାମାନେ ନାମ ଲେଖାଇପାରିବେ | ଜୁଲାଇ ୧୫ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ | ପ୍ରଥମରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖା ହେବାକୁ ଥିବାବେଳେ ଯେଉଁ ସ୍କୁଲରେ ୨୦ ଜଣରୁ କମ ଛାତ୍ର ଥିଲେ ସେଠାରେ ମଧ୍ୟ ନାମ ଲେଖା କରାଯିବ | ଆଜି ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ପୂର୍ବରୁ ୨୦ରୁ କମ ପିଲା ଥିବା ସ୍କୁଲ ବନ୍ଦ ନେଇ ଯୋଜନା ହୋଇଥିଲା ତେବେ ବର୍ତ୍ତମାନ ପାଇଁ ଏହି ଯୋଜନାକୁ ସ୍ଥଗିତ ରଖାଯାଇଛି |

ଗତବର୍ଷ ଯେଉଁ ସ୍କୁଲରେ ନାମ ଲେଖା ହୋଇଥିଲା ସେଠି ନାମ ଲେଖା ହେବ, କରୋନା ଦୃଷ୍ଟିରୁ ସବୁ ସ୍କୁଲରେ ନାମ ଲେଖା ହୋଇପାରିବ। ତେବେ ନାମ ଲେଖାଇବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫ ଜଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଆଡ଼ମିସନ କରାଇବେ |

ସେହିପରି ସଟଡାଉନ ବେଳେ ଶନିବାର ଓ ରବିବାର ମାଟ୍ରିକ ଖାତା ଦେଖା ବନ୍ଦ ରହିବ | ଜୁନ ମାସର ଅନ୍ୟ ଦିନମାନଙ୍କରେ ମାଟ୍ରିକ ଖାତା ଦେଖା ଜାରି ରହିବ | ତେବେ ଶିକ୍ଷକମାନଙ୍କ ଯାତାୟାତକୁ ନଜରରେ ରଖି ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ଖାତା ଦେଖା ବନ୍ଦ ରହିବ |

ସମ୍ବନ୍ଧିତ ଖବର