ବିଶ୍ୱନାଥ ସିଂହ ଜାଡୋନ ଓଡିଶାର ନୂତନ ମହାଲେଖାକାର

ଭୁବନେଶ୍ୱର : ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ ଗୁରୁବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ। ସେ ତାପଜ ଯାନ୍ତ୍ରିକ ବିଭାଗରେ ଏମ୍‌ଟେକ୍‌ କରିବା ପରେ ଭାରତୀୟ ଅଡିଟ୍‌ ଓ ଆକାଉଣ୍ଟସ ସେବାରେ ୨୦୦୩ ମସିହାରେ ଯୋଗଦେଇଥିଲେ l ଆମେରିକାର ଆଇଏସ୍‌ଏସିଏ ଅନୁଷ୍ଠାନ ଦ୍ୱାରା ସୂଚନା ପ୍ରଣାଳୀ ବିଜ୍ଞାନର ଜଣେ ସ୍ୱୀକୃତିପ୍ରାପ୍ତ ଲେଖା ପରୀକ୍ଷକ ଭାବେ କୃତିତ୍ୱ ଅର୍ଜନ କରିବା ପରେ ଶ୍ରୀ ଜାଡୋନ ଲଣ୍ଡନସ୍ଥିତ ପ୍ରଧାନ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ନିର୍ଦେଶକ ଭାବେ ଯୋଗଦେଇଥିଲେ।

ଓଡିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ପରଫାରମାନ୍ସ ଓ କମ୍ପାଲାଏନ୍ସ ରିପୋର୍ଟ ପ୍ରସ୍ତୁତି, ପବ୍ଲିକ ଆକାଉଣ୍ଟସ କମିଟିରେ ଆଲୋଚନା ହେବାକୁ ଥିବା ସମସ୍ତ ବିଷୟ ତାଙ୍କ ନିର୍ଦ୍ଦେଶରେ ହେବ। ଏହାଛଡା ସରକାରୀ ଉଦ୍ୟୋଗ ଓ ନିଗମ ଅଡିଟ ବିଭାଗ ତାଙ୍କ ଅଧୀନରେ ରହିବ।

ସମ୍ବନ୍ଧିତ ଖବର