ମୁକ୍ତିଲାଭ କରିବ ଭିନ୍ନ ଧରଣର ପ୍ରେମ କାହାଣୀ “ନୂଆ ପ୍ରେମର ସଗୁନ”

ଭବାନୀପାଟଣା: ଆଦର୍ଶ ଏଣ୍ଟରଟେନମେଣ୍ଟ ଏବଂ ମୁଦ୍ରା କ୍ରାଫ୍ଟ ଓ ଲାଇମ ଲାଇଟ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ‘ନୂଆ ପ୍ରେମର ସଗୁନ’ର ଷ୍ଟୁଡ଼ିଓ ଭର୍ଶନ ଭିଡ଼ିଓ ମୁକ୍ତିଲାଭ କରିବ । ନିର୍ଦ୍ଦେଶକ ସର୍ବେଶ୍ୱରଙ୍କ ନିର୍ଦ୍ଦେଶନାରେ ଓ ପ୍ରଣୟ ନାୟକଙ୍କ ପ୍ରଯୋଜନାରେ “ନୂଆ ପ୍ରେମର ସଗୁନ” ଶୀର୍ଷକ ଏଇ ପ୍ରେମ ସଙ୍ଗୀତଟିକୁ ରଚନା କରିଛନ୍ତି ତପୁ ନାୟକ । ଏଥିରେ ଆସାଦ ନିଜାମ ସ୍ୱର ସଂଯୋଜନା କରିଥିବା ବେଳେ କଣ୍ଠଦାନ କରିଛନ୍ତି କୁଳଦୀପ ପଟ୍ଟନାୟକ ।

ଏହି ମ୍ୟୁଜିକାଲ ଭିଡ଼ିଓର ସହ ନିର୍ମାତା ଇଂ ଅଜୟ ପଣ୍ଡା ଓ କାହ୍ନା ପଟ୍ଟନାୟକ ଥିବାବେଳେ କୋରିଓଗ୍ରାଫି କରିଛନ୍ତି ସାଜନ ମିଶ୍ର । ପ୍ରଗତି କଲେଜର ପୂର୍ବତନ ଛାତ୍ର ଅରମାନ (ଆର୍ଯ୍ୟାନ) ଓ ଚୁଲବୁଲି ଆଲବମ ନାୟିକା ହିତୈଶା ଅଭିନୟ କରିଥିବା ବେଳେ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି, ଯାହା ଦର୍ଶକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇ ପାରିବ ବୋଲି ଆଶା କରାଯାଉଛି । ଏହି ଗୀତଟି ଶ୍ରୋତାମାନଙ୍କ ଦ୍ୱାରା ବେସ ଆଦୃତି ଲାଭ କରିଥିବା ବେଳେ ଏହି ମ୍ୟୁଜିକାଲ ଭିଡ଼ିଓଟି ଆସନ୍ତା ଦୀପାବଳୀରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜଙ୍କ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର