ରାଇରଙ୍ଗପୁର: ବହୁବର୍ଷ ପରେ ପୂଣିଥରେ ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ସର୍ବବୃହତ୍ ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମିନି ଆସସୋସିଏସନର ପୁନଃ ଗଠିତ ହୋଇଯାଇଛି। ରାଇରଙ୍ଗପୁର କଲେଜର ପୂରାତନ ଛାତ୍ର ପ୍ରଦୀପ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଓ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ବରିଷ୍ଠ ସାମ୍ବାଦିକ ମନୋଜ୍ ଦାସ, ପ୍ରଦୀପ୍ତ ମହାନ୍ତି ଓ ମହାବିଦ୍ୟାଳୟର ଅଧକ୍ଷ ତ୍ରିଲୋଚନ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଆସସୋସିଏସନର ଗୁରୁତ୍ୱପୂର୍ଣ ପଦବି ପାଇଁ ନିର୍ବାଚନ ହୋଇଥିଲା। ନର୍ବାଚନରେ ସାଧାରଣ ସମ୍ପାଦକ ପଦ ନିମନ୍ତେ ପଦବିରେ ବିଜେପି ଦଳର ନଗର ମଣ୍ଡଳ ସଭାପତି ସୁରତ୍ ପଟ୍ଟନାୟକ ଓ ଆରଏସଏସ୍ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୁଲୁ ଦିଗାରଙ୍କ ମଧ୍ୟରେ ପ୍ରତିଦନ୍ଦିତା ହେବାରୁ ନିର୍ବାଚନକୁ ଏକ ଘଣ୍ଟା ପରେ କରାଗଲା। ଶେଷରେ ଉକ୍ତ ପଦବି ପାଇଁ ସର୍ବସମ୍ମତି କ୍ରମେ ନିର୍ଦ୍ଦଳୀୟ ପ୍ରାର୍ତୀ ତଥା କଳିଙ୍ଗ ପେସାଦାର ସଂଘର ରାଜ୍ୟ ସଭାପତି ମନୋଜ୍ ଦାସଙ୍କୁ ମନୋନୀତ କରାଯାଇଥିଲା। ତେବେ ଉକ୍ତ ଘଟଣା ନେଇ ବିଜେପି ଓ ଆରଏସଏସର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ନେଇ ସହରର ଚର୍ଚ୍ଚା ହେଉଛି।
ଏ ସମ୍ବନ୍ଧରେ ବିଜେପିର ନଗର ସଭାପତି ସୁରଥ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ବିଭିନ୍ନ ନିର୍ବାଚନରେ ଆମ ବିଚାରଧାରାର କିଛି ମୁଷ୍ଟିମେୟ ବ୍ୟକ୍ତି ବିରୋଧ କରିଆସୁଛନ୍ତି ବୋଲି ମତ ରଖିଛନ୍ତି। ଆଲୁମିନି ଆସସୋସିଏସନର ସଭାପତି ଭାବେ ମୟୂରଭଂଜ ଲୋକସଭା ସାଂସଦ ନବଚରଣ ମାଝୀ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ୍ତ କୁମାର ମହାନ୍ତି, ଉପସଭାପତି ମାନଗୋବିନ୍ଦ ମହାନ୍ତ, ବିଜୟ କୁମାର ରାମ୍, କିଶୋର କୁମାର ରଜକ, ସାଉନା ମୁର୍ମୁ, ଗୁରୁବା ମୁର୍ମୁ, ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ସହ ସମ୍ପାଦକ ଭାବେ ଶାସ୍ୱତ ବଳ, ପ୍ରଦୁମ୍ନ ଦିଗାର୍, ସୌମିତ୍ କାନୁନଗୋ, ସଜିଦ୍ ହୁସେନ୍, ଶଶାଙ୍କ୍ କୁମାର୍, କୋଷାଧକ୍ଷ ଭାବେ ଗୌରୀଶଙ୍କର ଦତ୍ତ, ସହ କୋଷାଧକ୍ଷ ମନୋଜ କୁମାର ମହାନ୍ତ ଓ ଅମିତ୍ ଗୋପାଲଙ୍କୁ ମନୋନୀତ କରାଯାଇଛି। ଆଲୁମିନି ଆସସୋସିଏସନର କମିଟି ମନୋନୀତ ସମୟରେ ୧୯୬୩ ମସିହା ଠାରୁ ଅଧୟନ କରୁଥିବା ବହୁ ପୂରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।