ନୂଆବର୍ଷରେ ବାବୁଙ୍କୁ ନୂଆ ଦାୟିତ୍ୱ : ରାଜସ୍ୱ ବିଭାଗ ସମ୍ଭାଳିବେ ପ୍ରଦୀପ୍ତ, ନିକୁଞ୍ଜ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ, ଡାକ୍ତର ମେହେର୍ଦାଙ୍କୁ ପରିବହନ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ବାବୁଙ୍କ ଦାୟିତ୍ବରେ ପରିବର୍ତନ କରିଛନ୍ତି ସରକାର। ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ନିଜ ମୂଳ ଦାୟିତ୍ବ ସହିତ ଅତିରିକ୍ତ ଭାବେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ସମ୍ଭାଳିବେ। ସେଠାରେ ଥିବା ନିକୁଞ୍ଜ ବିହାରୀ ଧଳ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଭାବେ କାର୍ଯ୍ୟ କରିେବ।

ବିଳମ୍ବରେ ହେଲେ ବି ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ବ ଦିଆଯାଇଛି। ସେ ଅତିରିକ୍ତ ଭାବେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ସେଠାରେ ଥିବା ଜି ଶ୍ରୀନିବାସ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ସରକାର ପୂର୍ବରୁ ସେସୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କ୍ରୁଟ୍‌ର ପରିଚାଳନା ନିର୍ଦେଶକ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ। ଆଜି ତାଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ ପୁଣି ଏକ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ୨୦୧୪ ବ୍ୟାଚ୍‌ ଆଇଏଏସ୍ ୟେଦୁଲା ବିଜୟଙ୍କୁ ରାଉରକେଲାରୁ ଫେରାଇ ଆଣି ଯୋଜନା ଓ ସଂଯୋଜନ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଉପ ସଚିବ ୨୦୧୬ ବ୍ୟାଚ୍ ଆଇଏଏସ୍‌ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର କମିସନର ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର