ବିଜେଡି ସଂଗଠନରେ ନୂଆ ନିଯୁକ୍ତି, ୧୬ ଜଣଙ୍କ ଉପରୁ ନିଲମ୍ବନ ହଟିଲା

ଭୁବନେଶ୍ବର : ଆଜି ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସଂପାଦକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏଥିସହ ୧୬ ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟହାର କରିନେଇଛନ୍ତି। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ସାଧାରଣ ସଂପାଦକ ସହ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀରର ଲଳିତ କୁମାର ନାୟକଙ୍କୁ ରାଜ୍ୟ ସଂପାଦକ ସହ ବିଜେପୁର ନିର୍ବାଚନମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଏବଂ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ ସଭାନେତ୍ରୀ ଭାବେ ଇତିଶ୍ରୀ ସାମଲଙ୍କୁ ନିଯୁକ୍ତ କରିଛନ୍ତି।

ଅପରପକ୍ଷରେ ଯାଜପୁର ରୋଡର ସବିତା ରାଉତ, ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ଜେନା, ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ପ୍ରଣୟ କୁମାର ଦାସ, ଭଦ୍ରକ ଆରସିଏମଏସର ପୂର୍ବତନ ସଭାପତି ଶ୍ୟାମସୁନ୍ଦର ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଏମଡି ଜକାଉଲ୍ଲା, ଭଦ୍ରକର ପୂର୍ବତନ ବିଜେଡି ନଗର ସଭାପତି ତେହେର ମହମ୍ମଦ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ଗୁଲାମ ଅଲ୍ଲୀ ଓ ହବିବୁଲ୍ଲ ରହେମାନ ପୂର୍ବତନ ବିଜେଡି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ଏସକେ ନିଜାମୁଦ୍ଦିନଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ଏତଦ୍‌ବ୍ୟତୀତ ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ, ବଡ଼ବିଲର ବିଜୟ ମହାନ୍ତି, ଯୋଡ଼ା ପୌରପାଳିକାର ପୂର୍ବତନ କାଉନସିଲର ସନ୍ତୋଷ କୁମାର ବଳ, ମାତା ଜୈଶୱାଲ, ରବୀନ୍ଦ୍ର କୁମାର ଦାସ ଏବଂ ଚମ୍ପୁଆର ସୁବାସ ଚନ୍ଦ୍ର ରେମ୍‌ଙ୍କ ନିଲମ୍ବନ ଆଦେଶ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ପ୍ରତ୍ୟାହାର କରିନେଇଥିବା ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର