ରାଜଧାନୀ ଟୋକାଙ୍କ ଭିନ୍ନ ପ୍ରୟାସ, କ୍ୟାନ୍ସର ରୋଗୀଙ୍କୁ ଦେଲେ ସହାୟତା

ଭୁବନେଶ୍ୱର: ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଲା ପୂଜା କମିଟି | ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା କରିବା ସହ କ୍ୟାନ୍ସରରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗେଇଆସିଛି ଭୁବନେଶ୍ୱରର କଳ୍ପନା ଛକ ଟୋକା ସଂଘ | ଦୁଇ ବର୍ଷ ଧରି କ୍ୟାନ୍ସରରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଏହି ପୂଜାକମିଟିର ସଦସ୍ୟମାନେ ଅର୍ଥ ସଂଗ୍ରହ କରୁଛନ୍ତି ଓ ତାହାକୁ ପୀଡିତଙ୍କୁ ପ୍ରଦାନ କରୁଛନ୍ତି |

ଗୁରୁବାର ଦିନ ମଧ୍ୟ ଏହି ଟୋକା ସଂଘ ପୂଜା କମିଟି ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ଜଣେ କ୍ୟାନ୍ସର ପୀଡିତାଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହଯୋଗ କରିଛନ୍ତି | ଏହି ଅବସରରେ ଅନେକ ସମାଜସେଵୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଯୋଗ ଦେଇଥିଲେ |

ମନ୍ତ୍ରୀ ଏହି ପୂଜା କମିଟିର ପ୍ରୟାସକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ | ଏହି ଅବସରରେ ସମାଜ ପ୍ରତି ଖବର ମାଧ୍ୟମରେ ସଚେତନତା ସୃଷ୍ଟି କରାଉଥିବା ନେଇ କନକ ନ୍ୟୁଜର ଖବର ଉପସ୍ଥାପିକା ଲିପି ନାୟକ ଓ ପ୍ରତିନିଧି ସତ୍ୟଜିତ ସେଣଙ୍କୁ ଆଶାର ଦିଶା ସମ୍ମାନରେ ସମ୍ମାନିତ କରାଯାଇଥିଲା |

 

ସମ୍ବନ୍ଧିତ ଖବର