ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ପ୍ରାର୍ଥୀମାନେ ଗାଁଗାଁ ବୁଲି ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ କରୁଛନ୍ତି। ନିର୍ବାଚନମଣ୍ଡଳୀରେ ଥିବା ନୂଆପଡ଼ା ଓ କୋମନା ବ୍ଲକ୍ର ଉପାନ୍ତ ଗାଁଗୁଡ଼ିକୁ ମଧ୍ୟ ପ୍ରାର୍ଥୀମାନେ ପହଞ୍ଚି ଯାଉଛନ୍ତି। ଏସବୁ ଭିତରେ ଭୋଟରମାନେ କାହା ସପକ୍ଷରେ ଯିବେ ଠଉରାଇବା ମୁସ୍କିଲ ହୋଇପଡ଼ିଛି। ଭୋଟରଙ୍କ ମତିଗତି କିଛି ଜଣାପଡ଼ୁନଥିବାରୁ ପ୍ରାର୍ଥୀ ଓ ସେମାନଙ୍କ ଦଳ ମଧ୍ୟ ଦ୍ବନ୍ଦ୍ବରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ଓ କୋମନା ବ୍ଲକ୍ର ଅଧାରୁ ଅଧିକ ଗାଁ ବୁଲି ନିର୍ବାଚନୀ ସଭା କରିବା ସହ ଘରଘର ବୁଲି ପ୍ରଚାର କରୁଛନ୍ତି।
ସେବା କରିବାର ସୁଯୋଗ ମାଗୁଛନ୍ତି ଘାସିରାମ
ନୂଆପଡ଼ାର ବିକାଶ ପାଇଁ ଜୟଙ୍କ ସଂକଳ୍ପ
ବିକାଶଧାରା ଆଗେଇ ନେବାକୁ ସେହ୍ନାଙ୍ଗିନୀଙ୍କ ଘୋଷଣା
ନୂଆପଡ଼ାବାସୀଙ୍କ ସେବା କରିବା ପାଇଁ ତାଙ୍କୁ ଏଥର ସୁଯୋଗ ଦେବାକୁ ସେ ଭୋଟରମାନଙ୍କୁ ନିବେଦନ କରୁଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଏହି ୨ଟି ବ୍ଲକ୍ର ବହୁ ଗାଁ ବୁଲି ପ୍ରଚାର କରିସାରିଲେଣି। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି। ନୂଆପଡ଼ାର ବିକାଶ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପିତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା ସ୍ବପ୍ନ ପୂରଣ କରି ନୂଆପଡ଼ାର ବିକାଶ କରିବେ ବୋଲି ଜୟ ସଂକଳ୍ପ ନେଇଥିବା ଭୋଟରମାନଙ୍କୁ କହୁଛନ୍ତି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆ ମଧ୍ୟ ପଛରେ ପଡ଼ିନାହାନ୍ତି। ବିଜେଡି ସରକାର ସମୟରେ ନୂଆପଡ଼ାର ଅନେକ ବିକାଶ ହୋଇଥିଲା। ବର୍ତ୍ତମାନ ବିକାଶଧାରା ବନ୍ଦ ହୋଇଯାଇଛି। ନୂଆପଡ଼ାରେ ବିଜେଡି ଜିତିଲେ ଏହାର ବିକାଶ ଦ୍ବିଗୁଣିତ ହେବ ବୋଲି ଶ୍ରୀମତୀ ଛୁରିଆ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ୩ ପ୍ରମୁଖ ଦଳର ନେତାମାନେ ଗାଁକୁ ପ୍ରଚାର ପାଇଁ ଗଲେ ଭୋଟରମାନେ ସେମାନଙ୍କୁ ଭବ୍ୟ ସ୍ବାଗତ କରୁଛନ୍ତି। କିନ୍ତୁ ଏଥର ଭୋଟରଙ୍କ ମତିଗତି ଠଉରାଇବା ରାଜନୈତିକ ପଣ୍ଡିତଙ୍କ ପାଇଁ ବି କାଠିକର ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/17/cartoon-nuapada-election-2025-10-17-17-09-02.jpeg)