ଭୁବନେଶ୍ୱର: ଆଜି ଓଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ୬୦ ବ୍ଲକ୍ରେ ବିଡିଓଙ୍କୁ ବଦଳାଇ ଦିଆଯାଇଛି। ଏହା ବାଦ୍ ଅନ୍ୟାନ୍ୟ ପଦପଦବିରେ ମଧ୍ୟ ଓଏଏସ୍ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଗୋଟିଏ ଦିନରେ ଆଇଏଏସ୍ ଅଧିକାରୀଙ୍କ ସହ ଏତେ ପରିମାଣରେ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯିବା ଘଟଣାରେ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ସୁବର୍ଣ୍ଣପୁରର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ ଭାବେ ବଦଳି କରାଯାଇଛି। ଗଙ୍ଗାଧର ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଶରତ ଚନ୍ଦ୍ର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ବିଜୟ କୁମାର ରଥଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ, ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ, ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ୍ ଅଫିସର୍, ପ୍ରେମଜିତ ନାୟକଙ୍କୁ ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିସନର୍, ଅରୁଣ କୁମାର ମହାପାତ୍ରଙ୍କୁ ଇପିକଲ୍ର ମହାପ୍ରବନ୍ଧକ, ଶୁଭ୍ରା ମହାନ୍ତିଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ରେମିସ କେରକେଟ୍ଟାଙ୍କୁ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଓ ମନସ୍ୱିନୀ ସାହୁଙ୍କୁ ସଂସ୍କୃତି ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସୁରଞ୍ଜନ ପ୍ରଧାନ ଏବଂ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପୂର୍ଣ୍ଣଚନ୍ଦ୍ର ଦଳାଇ ନିଯୁକ୍ତି ପାଇଛନ୍ତି।
୬୦ ବ୍ଲକ୍ରେ ନୂଆ ବିଡିଓ
/sambad/media/post_attachments/wp-content/uploads/2018/01/Secretariat_Bhubaneswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)