ବଦଳିଲା ବିଏମସିର ଗାଇଡଲାଇନ୍: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛି ବିଏମସି । ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୫୦ ଜଣ ଯୋଗ ଲୋକ ଦେଇପାରିବେ । ତା ସହିତ ଏହି ଗାଇଡଲାଇନ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ ନୂଆକରି ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।

ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମାଜିକ ଦୂରତା, ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ତତସହିତ ଛୋଟ ପିଲା, ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଛି ବିଏମସି । ଆଗକୁ ପାର୍ବଣ ଋତୁ ଆସୁଛି । ତେଣୁ ଏହାକୁ ଲକ୍ଷ୍ୟ ରଖି ବିଏମସି ଏପରି ଗାଇଡଲାଇନ୍ ଜାରି କରିଛି ।

ଗତକାଲି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବିଏମସି ତରଫରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଥିଲା । ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଥିଲା । ହେଲେ ଏହାକୁ ନେଇ ରାଜ୍ୟର ଟେଣ୍ଟ ହାଉସ୍ ମାଲିକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ବିଏମସି ବାଧ୍ୟହୋଇ ଏବେ ନିଜ ଗାଇଡଲାଇନରେ ପରିବର୍ତ୍ତନ ଆଣିଛି ।

ସମ୍ବନ୍ଧିତ ଖବର