ମଶାଣି ପଡ଼ିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର 

ନାଲକୋ ନଗର: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମ ପ୍ରସାଦ  ଓ ବସଲା ସାହି ନିକଟରେ ଥିବା ଏକ କ୍ରସରର ପଛପାଖ ପଡ଼ିଆରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରେ ବସଲା ସାହିର ମହିଳାମାନେ ଶୌଚ ହେବା ପାଇଁ ବସଲା ସାହି ମଶାଣି ପଡ଼ିଆକୁ ଯାଇଥିଲେ। ହଠାତ୍ ଏକ ନବଜାତ ଶିଶୁକନ୍ୟାର କାନ୍ଦିବା ଶବ୍ଦ ଶୁଣିଥିଲେ। ଘଟଣାସ୍ଥଳରେ ମହିଳାମାନେ ଭୂତ ଭାବି ପ୍ରଥମେ ଭୟଭୀତ ହୋଇଥିଲେ। ପରେ ଘଟଣାସ୍ଥଳରେ ପହଞ୍ଚି ସୁରେଖା ମାହାଳିକ ନାମକ ଜଣେ ମହିଳା ଉକ୍ତ  ନବଜାତ ଶିଶୁକୁ  ଉଦ୍ଧାର କରିଥିଲେ। ସେ ଏସଂପର୍କରେ ପୁଲିସକୁ  ଖବର ଦେଇଥିଲେ।

ଏହାପରେ ପୁଲିସ ନବଜାତ ଶିଶୁକୁ ଉଦ୍ଧାର କରି ନାଲକୋ ଡାକ୍ତରଖାନାରେ  ପ୍ରାଥମିକ ଚିକିତ୍ସା କରାଇଥିଲା। ଶିଶୁର ଅବସ୍ଥା ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଶିଶୁ କନ୍ୟାଟିକୁ ସୁରେଖା ମାହାଳିକ ଲାଳନପାଳନ କରୁଛନ୍ତି।

ସମ୍ବନ୍ଧିତ ଖବର