ଭୁବନେଶ୍ୱର ପରେ ସୁନ୍ଦରଗଡ଼ରେ ପୁଣି ନବଜାତ ଉଦ୍ଧାର

ଭୁବନେଶ୍ୱର/ରାଉରକେଲା: ତିନି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରୁ ଏକ ପରିତ୍ୟକ୍ତ ସ୍ଥାନରୁ ନବଜାତ ଉଦ୍ଧାର ହୋଇଥିବା ବେଳେ ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରୁ ପୁଣି ଥରେ ଜଣେ ନବଜାତକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକ ଅନ୍ତର୍ଗତ ବଳଙ୍ଗା ଥାନା ଅଞ୍ଚଳରେ ଥିବା କେନାନ-୧୨ର ହୁଡ଼ାରୁ ଶିଶୁଟିକୁ ଉଦ୍ଧାର କରାଯାଇଛି।

କେନାଲ ବନ୍ଧ ଦେଇ ଯାଉଥିବା ଲୋକମାନେ ପ୍ରଥମେ ନବଜାତକୁ କାନ୍ଦୁଥିବାର ଦେଖିଥିଲେ। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଚାଇଲ୍ଡ ହୋମକୁ ସୂଚନା ଦିଆଯାଇଥିଲା। ଚାଇଲ୍ଡ ହୋମର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନବଜାତକୁ ଉଦ୍ଧାର କରି ଲହୁଣୀପଡ଼ା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନବଜାତର ସ୍ୱାସ୍ଥ୍ୟ ଭଲ ଥିଲେ ମଧ୍ୟ ତାକୁ ରାଉରକେଲା ଚାଇଲ୍ଡ ହୋମ୍‌କୁ ଆଣିବାକୁ ବ୍ୟବସ୍ଥା କରାଯାଉଛି।

ଓଡ଼ିଶାରେ ନବଜାତଙ୍କୁ ଖୋଲା ପଡ଼ିଆ, ଗୋବର ଗଦା, ପୋଖରି ହୁଡ଼ାରୁ ଉଦ୍ଧାର କରାଯିବା ଘଟଣା ନୂଆ ନୁହେଁ। ଗୋଟିଏ ପଟରେ ସଚେତନାତର ଅଭବା ଥିବା ବେଳେ ପ୍ରଶାସନର ଢ଼ିଲା ବ୍ୟବସ୍ଥା ଯୋଗୁଁ ଏଭଳି ଘଟଣା ବାରମ୍ବାର ଦେଖାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର