ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ମା’ ନିଜ ଜନ୍ମିତ ଶିଶୁକନ୍ୟାକୁ ପାଇଖାନା ଭିତରେ ଫିଙ୍ଗି ଦେଇ ଫେରାର ହୋଇଛି। ନବଜାତ ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ଉଦ୍ଧାର କରି ସ୍ପେସିଆଲ ନିଉ ବର୍ନ କେଆର ୟୁନିଟରେ ଭର୍ତ୍ତି କରିଛନ୍ତି। ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ଶନିବାର ସକାଳୁ ଭୀମ ଭୋଇ ମେଡିକାଲର କଲେଜ ଡାକ୍ତରଖାନାର ମହିଳା ମେଡିସିନ ୱାର୍ଡରେ ଥିବା ପାଇଖାନା ମଧ୍ୟରୁ ଶିଶୁର କ୍ରନ୍ଦନ ଶୁଣି କିଛି ଲୋକ ଭିତରକୁ ଯାଇ ଦେଖିଲା ବେଳେ ସେଠାରେ ଶିଶୁଟି ପଡ଼ିଥିବା ଦେଖିଥିଲେ। ଖବର ପାଇ ଡାକ୍ତରଖାନା କର୍ମଚାରୀମାନେ ଶିଶୁକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଥିବା ବେଳେ ତାହର ଓଜନ ମାତ୍ର ୯ ଶହ ଗ୍ରାମ୍ ଥିବା କର୍ମଚାରୀମାନେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp