ବରଗଡ଼: ସାଧାରଣ ଜନତାଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହାର ସଦୂପଯୋଗ ହୋଇ ନପାରିବା ଅର୍ଥାତ ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁ ନଥିବା ଅନେକ ସମୟରେ ଅଭିଯୋଗ ହେଉଛି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଏକ ଖବରସାମ୍ନାକୁ ଆସିଛି, ଯେଉଁଥିରେ କି ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ମୃତ ଶିଶୁର ପରିବାର ଲୋକଙ୍କର ଅଭିଯୋଗ ଅନୁସାରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନବଜାତକୁ ଚିକିତ୍ସା ମିଳିପାରି ନାହିଁ। ଫଳରେ ଜନ୍ମ ହେଉ ହେଉ ଶିଶୁ ଆଖି ବୁଜିଦେଇଛି। ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ହୋଇଆସୁଥିବାବେଳେ ଡାକ୍ତରଙ୍କ ଦେଖା ମିଳୁନାହିଁ । ଏହାସହ ଏହି ମୁଖ୍ୟ ଚିକିତ୍ସାଳୟ ଉପରେ କାହାରି ନିଘା ନାହିଁ ।
ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନାଁରେ ମୃତ ଶିଶୁର ବାପା ସୁରେନ୍ଦ୍ର ଖେତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଭେଡେନ ବ୍ଲକ ତାଳମେଣ୍ଡା ପଞ୍ଚାୟତ ପାତରପାଲି ଗାଁର ସୁରେନ୍ଦ୍ର ଖେତିଙ୍କ ସ୍ତ୍ରୀ ବୈଜନ୍ତି ଖେତିଙ୍କ ପ୍ରସବ ବେଦନା ହେବାରୁ ବୁଧବାର ରାତି ୧୦ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ନଥିଲେ । ଚିକିତ୍ସା ଅଭାବରୁ ସକାଳୁ ବୈଜନ୍ତି ଏକ ଶିଶୁକୁ ଜନ୍ମ ଦେଲାପରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/be8d7370-f138-47c4-9500-3b13b091553b.jpeg)