ଡାକ୍ତରଖାନା ପଛପଟ ଫାଟକ ନିକଟ ଡଷ୍ଟବିନରୁ ନବଜାତ ଶିଶୁ ଉଦ୍ଧାର

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପଛପଟ ଫାଟକ ନିକଟରେ ଥିବା ଡଷ୍ଟବିନ୍ ଭିତରୁ ଏକ ନବଜାତ ଶିଶୁର ଶବ ଉଦ୍ଧାର ହୋଇଛି। ସକାଳେ ଅଳିଆ ସଂଗ୍ରହ ପାଇଁ ଏନ୍‌ଏସି କର୍ମଚାରୀମାନେ ଆସିଥିବା ବେଳେ ଅଳିଆଗଦାରେ ଶିଶୁଟିର ଶବ ପଡ଼ିଥିବା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ତେବେ ମୃତ ଶିଶୁଟି ଡାକ୍ତରଖାନାରେ ଜନ୍ମ ହୋଇ ନଥିବା ଓ ଏହାକୁ କେହି ବାହାରୁ ଆଣି ଫୋପାଡ଼ି ଦେଇଥିବା କହିବା ପରେ ଶବକୁ ଆବର୍ଜନା ଗାଡ଼ିରେ ନିଆଯାଇଥିଲା। ଅନ୍ୟପକ୍ଷରେ ଭଞ୍ଜନଗର ଡାକ୍ତରଖାନାରେ ଗତକାଲିରୁ ଆଜି ସକାଳ ମଧ୍ୟରେ କୌଣସି ଶିଶୁ ଜନ୍ମ ହୋଇନାହାନ୍ତି। ଗତ ଦୁଇଦିନ ମଧ୍ୟରେ ମଧ୍ୟ କୌଣସି ମୃତଶିଶୁ ଜନ୍ମ ହୋଇ ନଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ଯଦି ଡାକ୍ତରଖାନାରେ କୌଣସି ମୃତ‌ଶିଶୁ ଜନ୍ମ ହୁଅନ୍ତି, ତାହେଲେ ଶବକୁ ପରିବାରବର୍ଗକୁ ହସ୍ତାନ୍ତର କରିଦିଆଯାଏ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କୁମାରୀ ମାତୃତ୍ବ ପରେ ଲୋକଲଜ୍ଜା ଭୟରେ ଶିଶୁଟିକୁ ଫୋପଡ଼ାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର