ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହସ୍ପିଟାଲ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଜନ୍ମ ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଜଣେ ନବଜାତକଙ୍କ ମୃତଦେହ କୁ କୁକୁର ଝୁଣି ଖାଉଥିବା ଦେଖି ସ୍ଥାନୀୟ କିଛି ଯୁବକ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି।
ଭବାନୀପାଟଣା ହସ୍ପିଟାଲ ଅଳିଆ ଗଦାରୁ ନବଜାତ ଶିଶୁ ଉଦ୍ଧାର
/sambad/media/post_attachments/wp-content/uploads/2022/12/child.jpg)