ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ପୁଣି ନବଜାତ ଶିଶୁ ଫିଙ୍ଗା ହେଲା

ମାଲକାନଗିରି: ଜଂଗଲରେ ଅଲୋଡା ଶିଶୁ କନ୍ୟାକୁ ଫିଙ୍ଗା ହେବା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ମାଲାକନଗିରି ମୁଖ୍ୟ ଚିକିତ୍ସାଳୟର ସମ୍ମୁଖରେ ଆଉ ଏକ ନବଜାତକ ଶିଶୁକୁ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ତେବେ ଏହା କିଏ ଫିଙ୍ଗିଛି ଜଣାପଡିନଥିବା ବେଳେ ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଭିଡ ଜମିଯାଇଥିଲା। ହୁଏତ ଶିଶୁଟି ଜନ୍ମ ହେବା ପରେ ମେଡିକାଲ ବାହାରେ ଫିଙ୍ଗି ଦିଆଯାଇଥାଇପାରେ।

କୁକୁର ଏହାକୁ ଗୋଟାଇ ଆଣି ମେଡିକାଲ ସମ୍ମୁଖରେ ଫିଙ୍ଗି ଦେଇଥିବ ବୋଲି ଅନୁମାନ କରାଯାଏ। ଯଦି ଶିଶୁଟି ଜନ୍ମ ହେବା ପରେ ମୃତ୍ୟୁବରଣ କରିଥାଏ ତେବେ ଏହାକୁ ପୋତି ଦେବା କଥା କିନ୍ତୁ କିପରି ମୃତ ଶିଶୁଟିକୁ ଏଭଳି ଫିଙ୍ଗି ଦେଇ ଚାଲିଗଲେ ତାହା ଏବେ ତଦନ୍ତ ସାପେକ୍ଷ। ଏହି ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏହି ଶିଶୁଟିକୁ ମେଡିକାଲ ସମ୍ମୁଖରୁ କାଢି ବାହାରେ ଫିଙ୍ଗି ଦେଇଥିବା ଜଣାପଡିଛି।ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କିଛି କହିବାକୁ ମନା କରିଦେଇଥିଲେ।

ଗତକାଲି ତଣ୍ଡାପାଲୀ ଛକ ନିକଟରେ ରହିଥିବା ଜଂଗଲରେ ନବଜାତକ ଶିଶୁ କନ୍ୟାକୁ ଅଲୋଡା ବୋଲି ଫୋପାଡି ଦିଆଯାଇଥିବା ବେଳେ ଶିଶୁ କନ୍ୟାକୁ ଭୀମା ମାଡକାମୀ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ। ଆଜି ପୁଣି ମୃତ ନବଜାତକ ଶିଶୁକୁ ଏଭଳି ଫିଙ୍ଗି ଦେବେ କେତେ ଦୁର ଯୁକ୍ତିଯୁକ୍ତ ଏନେଇ ଆଲୋଚନା ଜୋର ଧରିଛି।ମେଡିକାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର