ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାଲିଗୁଡା ଗାଁରେ ଜୈନେକା ମହିଳା ଏକ ଅଦ୍ଭୁତ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଶିଶୁଟି ଜନ୍ମ ପରେ ସାଧାରଣ ଶିଶୁ ଠାରୁ ଢେର ଲମ୍ବା ରହିଥିଲା। ଜନ୍ମର ୧୫ମିନିଟ ମଧ୍ୟରେ ଅଚାନକ ଭାବେ ଶିଶୁର ଓଜନ ୧୫କିଲୋ ବଢ଼ିବା ଏବଂ ଏଲିଅନ୍ ଭଳି ଦେଖାଯାଉଥିଲା। ଶିଶୁଟିର ମୁଣ୍ଡ ବଢ଼ି ନଥିବା ବ‌େଳେ ଆଖି ବଡ଼ବଡ଼ ରହିଥିଲା। ଘରେ ପ୍ରସବ ପରେ ରାବଣାଗୁଡା ସିଏଚସିକୁ ନେଇକି ଯାଇଥିଲେ। ସେଠାରେ ପହଚିଂବା ବେଳକୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

Advertisment

ସୂଚନା ଅନୁଯାୟୀ, ଜୟପୁର ବ୍ଲକର ଜୟନ୍ତଗିରୀ ପଂଚାୟତର ବାଲିଗୁଡା ଗାଁର ଦୂର୍ଯ୍ୟୋଧନ ହରିଜନଙ୍କ ପତ୍ନୀ ପ୍ରମିଳାଙ୍କୁ ଆଜି ସକାଳୁ ଅଚାନକ ଘରେ ପ୍ରସବ ବେଦନା ହୋଇଥିଲା। ଦ୍ବିତୀୟ ଶିଶୁ ହୋଇଥିବା ବେଳେ ପ୍ରମିଳା ଘରେ ନବଜାତ ଶିଶୁଟିକୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ହୋଇଥିବା ଶିଶୁଟି ଅଦ୍ଭୁତ ଧରଣର ଏଲିଅନ୍ ଭଳି ରହିଥିଲା। ଜନ୍ମ ହେବା ବେଳକୁ ଶିଶୁଟିର ଲମ୍ବ ଅଧିକା ରହିବା ସହ ମୁହଁରେ ଆଖି କାନ କିଛି ନଥିଲା। ବଡ଼ବଡ଼ ଆଖି ମୁଣ୍ଡ ଉପରେ ରହିଥିଲା। ମୁଣ୍ଡଟି ଦେଖିବାକୁ ବେଙ୍ଗ ଭଳି ରହିଥିଲା। ଶିଶୁଟିକୁ ଦେଖିବାକୁ ପରେ ତୁରନ୍ତ ପରିବାରବର୍ଗ ରାବଣାଗୁଡା ସିଏଚସିକୁ ଆଣିଥିଲେ।

ତେବେ ସିଏଚସି ପହଚିଂବା ବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଶିଶୁଟି ଅପରିପକ୍ବ ରହିବା ସହ ଠିକ ଭାବେ ଶାରିରୀକ ଅଭିବୃଦ୍ଧି ନ ହେବାରୁ ଏଭଳି ଶିଶୁ ଜନ୍ମ ହୋଇଥିବା ସଂଦେହ ଡାକ୍ତରଖାନା ପକ୍ଷରୁ କରାଯାଉଛି। ଏଭଳି ଶିଶୁ ଜନ୍ମ ହେବା ପରେ ଗାଁରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଶିଶୁଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।