ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲାରେ ଶିଶୁକନ୍ୟା ଅଲୋଡ଼ା। କନ୍ୟାଭୃଣ ହତ୍ୟା ପାଇଁ ଅପଖ୍ୟାତ ଏହି ଜିଲ୍ଲାରେ ଯେତେ ଯାହା କଲେ ବି ଅପବାଦ ଛାଡ଼ିଯାଉ ନାହିଁ। ‘ସୁକନ୍ୟା ସମୃଦ୍ଧି’ ଓ ’ବେଟି ବଚାଓ, ବେଟି ପଢ଼ାଓ’ ଆଦି ବିଭିନ୍ନ ସରକାରୀ ଯୋଜନା ସତ୍ତ୍ୱେ ଏବେ ବି ଜିଲ୍ଲାରେ କନ୍ୟାଶିଶୁଙ୍କୁ ବୋଝ ବୋଲି ବିଚାର କରାଯାଉଛି। ଏହି ଜିଲ୍ଲାରେ ପୁଅ ଓ ଝିଅ ଶିଶୁ ଅନୁପାତ ରାଜ୍ୟରେ ସର୍ବନିମ୍ନ ସ୍ତରରେ। ତଥାପି ଅବିଚାରିତ ଭାବେ କନ୍ୟାଶିଶୁଙ୍କୁ ଉପେକ୍ଷା କରାଯାଉଛି।
ସଦ୍ୟତମ ଘଟଣା କ୍ରମେ ରଣପୁର ଥାନା ଗୋଡ଼ିପାଟଣା ସାହିରେ କେହି ବ୍ୟାଗ୍ରେ ଭର୍ତ୍ତି କରି ଏକ ନବଜାତ ଶିଶୁକନ୍ୟାକୁ ଫିଙ୍ଗି ଦେଇଯାଇଛି। ତା’କୁ ଉଦ୍ଧାର କରାଯାଇ ପ୍ରଥମେ ରଣପୁର ଡାକ୍ତରଖାନା ଏବଂ ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରବଳ ଥଣ୍ଡାରେ ଫୋପାଡ଼ି ଦିଆଯାଇ ଥିବା ଏହି ଶିଶୁ କନ୍ୟାଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାକୁ ଏସ୍ଏନ୍ସିୟୁରେ ଭର୍ତି କରାଯାଇ ଚିକିତ୍ସା ଚାଲିଛି। ଶିଶୁକନ୍ୟାର ବାପା-ମା’ କିଏ ତାହା ଜଣାପଡ଼ିନାହିଁ। ତେବେ ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Nayagarh-Rescued-ff.jpg)