ବିପଦ ସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ପୋଲ; ଉଦ୍‌ଘାଟନ ହୋଇପାରୁନି ନୂଆ ବ୍ରିଜ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଜୋରସୋରର ଚାଲୁଅଛି। ଭକ୍ତ ରାସ୍ତା ଦେଇ ଯାଇଥିବା ପ୍ରାୟ ସମସ୍ତ ଛୋଟ ବଡ଼ ପୋଲ ଗୁଡ଼ିକ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହେବା ଉପରେ। ମାତ୍ର ଶିମିଳିନାଳି ଗ୍ରାମ ପାଖରେ ଥିବା ବ୍ରିଟିଶ ଅମଳର ପୋଲଟି ଅଣ ଓସାରିଆ
ହୋଇ ପଡିଥିବାରୁ ପୂର୍ତ୍ତ ବିଭାଗର କାର୍ଯ୍ୟ ପ୍ରଣାଳୀ ଉପରେ ସାଧାରଣରେ ଆଲୋଚନା ହେଉଛି।
ଉକ୍ତ ଅଣଓସାରିଆ ପୋଲ ନିକଟରେ ଓସାରିଆ ପୋଲ ହେବା ନିମନ୍ତେ ଲଗାଯାଇଥିବା ସୂଚନା ଫଳକ ତଥ୍ୟ ଆଧାରରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶିମିଳିନାଳରେ ୩/୨/୨୦୧୯ରେ ଶିଳାନ୍ୟାସ କରାଯାଇଥିଲା, ଯାହାର ଅଟକଳ ମୂଲ୍ୟ ଉକ୍ତ ସମୟରେ ୨ କୋଟି ୧୧ଲକ୍ଷ ଟଙ୍କା ଥିଲା। ମାତ୍ର ବିଡ଼ମ୍ବନାର ବିଷୟ ଇତି ମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଉକ୍ତ ନୂତନ ପୋଲ ଉପରେ ଯାନବାହାନ ଚଳାଚଳ ହୋଇପାରିଲା ନାହିଁ ।ଅଞ୍ଚଳର ପୁରୁଖା ଲୋକଙ୍କ କହିବା ଅନୁଯାଇ ବର୍ତମାନର ଅଣଓସାରିଆ ପୋଲଟି ମୟୂରଭଞ୍ଜ ରାଜ ଶାସନ ଅମଳର। ଏହାର ଆନୁମାନିକ ବୟସ ୧୦୦ବର୍ଷରୁ ଅଧୂକ। ପଥରରେ ନିର୍ମିତ ଭକ୍ତ ପୁରାତନ ପୋଲଟିର ନିମ୍ନ ଭାଗରେ ଠାଏ ଠାଏ ଗଛ ଉଠି ବିପଦସଂକୁଳ ଅବସ୍ଥାରେ ରହିଛି। ଏହା ଉପରେ ପ୍ରତିଦିନ ଶହ ଶହ ଭାରୀ ଯାନ ଯାତାୟାତ କରୁଥିବାର ପରିଲକ୍ଷିତ ହୁଏ, ଯାହାକି ଭବିଷ୍ୟତରେ ଧନ ଜୀବନ ନଷ୍ଟ ହେବାରେ ସମ୍ଭାବନା ଅଧିକ। ଏପରିସ୍ଥଳେ ଉକ୍ତ ପୁରାତନ ପୋଲର ଅନତି ଦୂରରେ ନୂତନ ଓସାରିଆ ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସ୍ଥଳେ ପୋଲର ଉଭୟ ପାର୍ଶ୍ଵରେ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇନଥ‌ିବାରୁ ଗାଡି ଚଳାଚଳ ହୋଇପାରୁ ନାହିଁ ।
ଏହାକୁ ଅଣଦେଖା କରି ପ୍ରଶସ୍ତୀକରଣ କାର୍ଯ୍ୟ କରୁଥିବା ଠିକାଦାର ଅଣଓସାରିଆ ପୋଲ ଦେଇ ପ୍ରଶକ୍ତି କରଣ କାର୍ଯ୍ୟ କରିବା ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରେ। ଏ ସମ୍ବନ୍ଧରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଏସଡ଼ିଓ ଶ୍ୟାମ ସୁନ୍ଦର ହେମ୍ବ୍ରମଙ୍କ ସହିତ ଯୋଗାଯୋଗ କରିବାରୁ ସେ ଭକ୍ତ ନୂତନ ଓସାରିଆ ପୋଲର ଦୁଇ ପାର୍ଶ୍ଵ ରାସ୍ତା କାର୍ଯ୍ୟ ଅତିଶୀଘ୍ର ହେବାର ପ୍ରକାଶ କରିଛନ୍ତି । ତେବେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଭକ୍ତ ଓସାରିଆ ପୋଲଟିର ରାସ୍ତା କାର୍ଯ୍ୟ ସମାପ୍ତ କରିବାକୁ ସାଧାରଣରେ ଦାବି ହେଉଛି।
ସମ୍ବନ୍ଧିତ ଖବର