ଭୁବନେଶ୍ବର: ଦୟାନନ୍ଦ ଏକାଡେମୀର ଏକ ନୂଆ ଭବନ ଆଜି ଉଦଘାଟନ ହୋଇଛି । ଏହି ଅବସରରେ ଦୟାନନ୍ଦ ଏକାଡେମୀର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ବରଗଡର ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ।
ଏହି ଅବସରରେ ଦୟାନନ୍ଦ ଏକାଡେମୀର ମୁଖ୍ୟ ପରାମର୍ଶଦାତା ପି କେ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହାସହ ଯୋଗ ପ୍ରକାଶ ପୁସ୍ତକକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଦୟାନନ୍ଦ ଏକାଡେମୀର ଭାରପ୍ରପ୍ତ ଅଧ୍ୟକ୍ଷ ଅଶିଷ ଚନ୍ଦ୍ର ବିଶି, ଭୁବନେଶ୍ବର ଏମ୍ସର ଯୋଗ ଥେରାପିଷ୍ଟ ତଥା ଦୟାନନ୍ଦ ଏକାଡେମୀର ପରାମର୍ଶଦାତା ରାଜେଶ କୁମାର ମାଣିକ, ବରଗଡ ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-247.jpg)