ଭୁବନେଶ୍ବର: ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ହୋଇଛି। କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ।
/sambad/media/post_attachments/wp-content/uploads/2022/06/c0a681c8-6cc0-4cde-92e4-00995fac5d49.jpg)
ଅପରପକ୍ଷରେ ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି,ମତ୍ସ୍ୟ ଓ ପଶୁସମ୍ପଦ, ପ୍ରମିଳା ମଲ୍ଲିକଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଟୁକୁନି ସାହୁଙ୍କୁ ଜଳସଂପଦ, ବାଣିଜ୍ୟ ଓ ପରିବହନ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ପୂର୍ତ୍ତି ଓ ଖଣି, ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ, ପ୍ରଦୀପ କୁମାର ଅମାତଙ୍କୁ ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ମିଳିଛି।
/sambad/media/post_attachments/wp-content/uploads/2022/06/3a85725c-86a3-4a89-a5d6-0abcc310e5a2.jpg)
ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ସମୀରରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା, ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ, ପ୍ରୀତିରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ, ଶ୍ରୀକାନ୍ତ ସାହୁ ଶ୍ରମ ଓ ନିଯୁକ୍ତି, ତୁଷାରକାନ୍ତି ବେହେରା ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର, ରୋହିତ ପୂଜାରୀ ଉଚ୍ଚଶିକ୍ଷା, ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମ ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତ ବିଭାଗର ଦାୟିତ୍ବ ମିଳିଛି। ତୁଷାରକାନ୍ତି ବେହେରାଙ୍କୁୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ବି ଦିଆଯାଇଛି।
/sambad/media/post_attachments/wp-content/uploads/2022/06/0d993ad1-c779-4814-94c5-df28c2bf1a6b.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/f0aed4bd-04fa-42e7-8286-42d2e92644d7.jpg)