ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ସୁଶୀଲ କୁମାର ଲୋହାନୀ

ଭୁବ‌େନଶ୍ବର : ବରିଷ୍ଠ ଆଇଏଏସ୍‌ ଅଫିସର୍‌ ସୁଶୀଲ କୁମାର ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ସୁରେନ୍ଦ୍ର କୁମାରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ସମ୍ପ୍ରତି ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବାରୁ ଶ୍ରୀ କୁମାର ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ନୂଆ ସିଇଓଙ୍କୁ ଅବଗତ କରାଇଥିଲେ। ଅପରାହ୍ନରେ ଶ୍ରୀ ଲୋହାନୀ ବିଜେପୁର ଉପନିର୍ବାଚନ ସମ୍ପର୍କରେ ଏକ ସମୀକ୍ଷା କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅଭୟ କୁମାର ନାୟକ ଓ ହରିବଲ୍ଲଭ ମିଶ୍ର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଭବାନୀ ପ୍ରସାଦ ରାୟ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ନୀତିରଞ୍ଜନ ‌େସନ୍‌, ବୈଷୟିକ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଅନୁ ଶାସନ ସଚିବ, ଉପ ବିଭାଗୀୟ ଅଧିକାରୀ ଓ ସହକାରୀ ଉପ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର