ଜିଲ୍ଲା ଯୋଜନା କମିଟିର ନୂଆ ଅଧ୍ୟକ୍ଷ

୧୯ ଜିଲ୍ଲାରେ ମନ୍ତ୍ରୀ, ୧୧ ଜିଲ୍ଲାରେ ବିଧାୟକ

ଭୁବନେଶ୍ବର : ସବୁ ଜିଲ୍ଲାର ଜିଲ୍ଲା ଯୋଜନା କମିଟି ପୁନର୍ଗଠିତ ହୋଇଛି। ୧୯ ଜିଲ୍ଲାରେ ମନ୍ତ୍ରୀ ଓ ୧୧ ଜିଲ୍ଲାରେ ବିଧାୟକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀ ଉଷା ଦେବୀ ଓ ରୀତା ସାହୁଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ପୁରୁଣା ମନ୍ତ୍ରୀମାନଙ୍କୁ ପୂର୍ବରୁ ଯେଉଁ ଜିଲ୍ଲା ଯୋଜନା କମିଟି ଦାୟିତ୍ବ ଦିଆଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ବିଧାୟକ ଅଧ୍ୟକ୍ଷ ଥିବା ୧୧ ଜିଲ୍ଲା ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ପରିବର୍ତ୍ତନ କରାଯାଇଛି। ବିବାଦରେ ଛନ୍ଦି ହୋଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବିଦା ହେବା ସହ ଯୋଜନା କମିଟି ଅଧ୍ୟକ୍ଷ ପଦ ମଧ୍ୟ ହରାଇଥିଲେ। ତାଙ୍କ ବଦଳରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷମାନେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଉଛନ୍ତି।

କାହାକୁ କେଉଁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ବ
ନାମ   ଜିଲ୍ଲା
୧ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଅନୁଗୁଳ
୨ ରୋହିତ ପୂଜାରୀ, ମନ୍ତ୍ରୀ ବଲାଙ୍ଗୀର
୩ ଅନନ୍ତ ଦାସ, ବିଧାୟକ ବାଲେଶ୍ବର
୪ ଦେବେଶ ଆଚାର୍ଯ୍ୟ, ବିଧାୟକ ବରଗଡ଼
୫ ବ୍ୟୋମକେଶ ରାୟ, ବିଧାୟକ ଭଦ୍ରକ
୬ ମହୀଧର ରଣା, ବିଧାୟକ ବୌଦ୍ଧ
୭ ପ୍ରମୋଦ କୁମାର ମଲ୍ଲିକ, ବିଧାୟକ କଟକ
୮ ରାଜେନ୍ଦ୍ର ଢୋଲକିଆ, ମନ୍ତ୍ରୀ ଦେବଗଡ଼
୯ ବାସନ୍ତୀ ହେମ୍ରମ, ମନ୍ତ୍ରୀ ଢେଙ୍କାନାଳ
୧୦ ଜଗନ୍ନାଥ ସାର୍‌କା, ମନ୍ତ୍ରୀ ଗଜପତି
୧୧ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଗଞ୍ଜାମ
୧୨ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଜଗତସିଂହପୁର
୧୩ ସମିର ରଂଜନ ଦାଶ, ମନ୍ତ୍ରୀ ଯାଜପୁର
୧୪ ପ୍ରୀତିରଂଜନ ଘଡ଼େଇ, ମନ୍ତ୍ରୀ ଝାରସୁଗୁଡ଼ା
୧୫ ନବକିଶୋର ଦାସ, ମନ୍ତ୍ରୀ କଳାହାଣ୍ଡି
୧୬ ଶ୍ରୀକାନ୍ତ ସାହୁ, ମନ୍ତ୍ରୀ କନ୍ଧମାଳ
୧୭ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ କେନ୍ଦ୍ରାପଡ଼ା
୧୮ ଜଗନ୍ନାଥ ନାଏକ, ବିଧାୟକ କେନ୍ଦୁଝର
୧୯ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଖୋର୍ଦ୍ଧା
୨୦ ରଘୁନାମ ପଡାଲ, ବିଧାୟକ କୋରାପୁଟ
୨୧ ତୁଷାରକାନ୍ତୀ ବେହେରା, ମନ୍ତ୍ରୀ ମାଲକାନଗିରି
୨୨ ଅଶ୍ବିନୀ ପାତ୍ର, ମନ୍ତ୍ରୀ ମୟୂରଭଞ୍ଜ
୨୩ ମନୋହର ରାନ୍ଧାରି, ବିଧାୟକ ନବରଙ୍ଗପୁର
୨୪ ସତ୍ୟନାରାୟଣ ପ୍ରଧାନ, ବିଧାୟକ ନୟାଗଡ଼
୨୫ ଟୁକୁନି ସାହୁ, ମନ୍ତ୍ରୀ ନୂଆପଡ଼ା
୨୬ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପୁରୀ
୨୭ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ରାୟଗଡ଼ା
୨୮ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ସମ୍ବଲପୁର
୨୯ ପ୍ରଦୀପ କୁମାର ଅମାତ, ମନ୍ତ୍ରୀ ସୁବର୍ଣ୍ଣପୁର
୩୦ ସାରଦା ପ୍ରସାଦ ନାୟକ, ବିଧାୟକ ସୁନ୍ଦରଗଡ଼

ସମ୍ବନ୍ଧିତ ଖବର