ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିଃ (ଆରଆଇଏନଏଲ) ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ନିର୍ଦ୍ଦେଶକ (କାର୍ମିକ) ଭାବେ କାର୍ଯ୍ୟରତ କିଶୋର ଚନ୍ଦ୍ର ଦାସ ଏହି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଭାବେ ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଆରଆଇଏନଏଲରେ ଯ଼ୋଗ ଦେବା ପୂର୍ବରୁ ସେ ମୁମ୍ବାଇ ସ୍ଥିତି ମାଜଗାଁଓ ଡକ ସିପୟାର୍ଡରେ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ କାର୍ୟ୍ୟ କରୁଥିଲେ । ସେ ମଧ୍ୟ ମହାନଗର ଗ୍ୟାସ ଲିମିଟେଡ ଓ ଗେଲ ଇଣ୍ଡିଆରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ଶ୍ରୀ ଦାସ ସିଏମଡି ଦାୟିତ୍ବ ଗ୍ରହଣ କରିବା ପରେ ଆରଆଇଏନଏଲର ସ୍ଥିତିରେ ଆହୁରି ଉନ୍ନତି ଆସିବା ଆଶା କରାଯ଼ାଉଛି ।