କଟକ: ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ନବୀକରଣ ପ୍ରକଳ୍ପର ନିରୀକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି (ପିଆଇସି) ଗଠନ କରାଯାଇଛି। ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି କମିଟିର ମୁଖ୍ୟ ଥିବା ବେଳେ ଓଡ଼ିଶା ବ୍ରିଜ୍ ଆଣ୍ତ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଏହାର ଆବହକ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏହାବ୍ୟତୀତ କେନ୍ଦ୍ରାଞ୍ଚଳ ଆର୍ଡିସି, ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ, ଡିଏମ୍ଇଟି, କଟକ ଜିଲ୍ଲାପାଳ, କଟକ ଡିସିପି, ସିଏମ୍ସି କମିସନର, ଏସ୍ସିବି ଅଧ୍ୟକ୍ଷ, ଅଧୀକ୍ଷକ, ମୁଖ୍ୟଯନ୍ତ୍ରୀ (କୋଠା), ମୁଖ୍ୟଯନ୍ତ୍ରୀ (ରାସ୍ତା), ଵାଟ୍କୋ ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ୍ ପରିଚାଳନା ନିର୍ଦ୍ଦେଶକ, ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଏହି କମିଟିର ସଦସ୍ୟ ଭାବେ ରହିଛନ୍ତି। ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ପୂର୍ବରୁ ଆର୍ଡିସି ଥିବା ସମୟରେ ଏହି ପ୍ରକଳ୍ପ ଆରମ୍ଭ କରାଯିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲେ।
ବର୍ତ୍ତମାନ ଅବସର ପରେ ତାଙ୍କୁ ସିଡିଏ ଦାୟିତ୍ବରେ ରଖାଯାଇଥିବାରୁ ଉକ୍ତ କମିଟିରେ ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। କମିଟିର ଅଧ୍ୟକ୍ଷ କୌଣସି ଅଧିକାରୀ,ଏଜେନ୍ସି, ବିଶେଷଜ୍ଞ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏସ୍ସିବି ସ˚ପ୍ରସାରଣ ପ୍ରକଳ୍ପ ସ˚କ୍ରାନ୍ତରେ ଆଲୋଚନା ପାଇଁ ଡାକିପାରିବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ନିୟମିତ ବ୍ୟବଧାନରେ କମିଟି ବୈଠକ ହେବ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ସମସ୍ତ ପ୍ରକାରର ସ˚ଯୋଜନା, ତଦାରଖ, ନିରୀକ୍ଷଣ ଇତ୍ୟାଦି ପାଇଁ ଏହି କମିଟି ଉତ୍ତରଦାୟୀ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/scb-m.jpg)