ଗଞ୍ଜାମରୁ ଚିହ୍ନଟ ହେଲେ ଜଣେ ନୂଆ କରୋନା ପଜିଟିଭ, ରାଜ୍ୟରେ ଦ୍ବିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପହଂଚିଛି | ଏହି ନୂଆ କରୋନା ପଜିଟିଭ ଗଞ୍ଜାମ ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ତେଣେ ରାଜ୍ୟରେ ଦ୍ବିତୀୟ କରୋନା ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୋର୍ଟାଲରୁ ସୂଚନା ମିଳିଛି। ପ୍ରାଥମିକ ଭାବରେ  ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ପଜିଟିଭଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ତେବେ ମୃତକଙ୍କ ବାବଦରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ |

ଗତକାଲି ଗୋଟିଏ ଦିନରେ ଆଉ ୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତକାଲି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୬ରେ ଥିବାବେଳେ ଆଜି୧୭୭ରେ ପହଂଚିଛି | ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୪୬୬୩ ନମୁନା ପରୀକ୍ଷା ହୋଇଥିବା ବେଳେ ୧୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେଥିମଧ୍ୟରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୧୧୫ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। ଯାଜପୁର ଜିଲ୍ଲାରେ ସର୍ବାଧିକ ୫୩ ଜଣ, ଖୋର୍ଧାରେ ୧୫, ଭଦ୍ରକରେ ୯, ସୁନ୍ଦରଗଡ଼ରେ ୭, ବଲାଙ୍ଗୀର, କେନ୍ଦୁଝର ଓ ଝାରସୁଗୁଡ଼ାରେ ୨, କୋରାପୁଟ ଓ ଦେବଗଡ଼ରେ ଜଣେ ଲେଖାଏ ସକ୍ରିୟ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର