ଓଡ଼ିଶାରେ ପୁଣି ୧୦୧ ପଜିଟିଭ ଚିହ୍ନଟ, ୫୩୮ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକାଥରକରେ ୧୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ରାଜ୍ୟରେ ପ୍ରଥମ ଘଟଣା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜି ପୁଣି ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ବରରୁ ୩୩, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୭ ଏବଂ କେନ୍ଦୁଝରରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଂଚିଛି | ତେବେ ଗଞ୍ଜାମରେ ଆଜି ସର୍ବାଧିକ ୫୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଓଡ଼ିଶାରେ ୪୧୯ଟି ସକ୍ରିୟ ମାମଲା ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୩ ଜଣଙ୍କର କରୋନା ସଂକମଣରେ ମୃତ୍ୟୁ ଘଟିଛି |

ଆଜି ନୂଆ ବଢିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୫୨ ଜଣ ଥିବାବେଳେ ବାଲେଶ୍ୱର ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରେ ଏହି ନୂଆ ପଜିଟିଭଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି | ସେହିପରି ସୁନ୍ଦରଗଡ଼ର ଆକ୍ରାନ୍ତ ତାଲିକାରେ ୭ ଜଣ ନୂଆ ପଜିଟିଭ ସାମିଲ ହୋଇଛନ୍ତି |ଫଳରେ ସୁନ୍ଦରଗଡ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୨୩ରେ ପହଂଚିଛି |

ସେହିପରି କେନ୍ଦୁଝରରେ ୨ ଜଣ ନୂଆ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଂଚିଛି | ଯାଜପୁରରେ ମଧ୍ୟ ନୂଆ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୭୧ ହୋଇଛି |

ସମ୍ବନ୍ଧିତ ଖବର