ପଳଶୋଳରେ ଆଶାକର୍ମୀ, ସ୍ୱାମୀ, ଝିଆରୀ କରୋନା ଆକ୍ରାନ୍ତ, ପଂଚାୟତରେ ଆତଙ୍କ

ଜଗତସିଂହପୁର ଟାଉନ୍ : ଘର ଘର ବୁଲି କରୋନା ଲକ୍ଷଣ ଅଛିକି ନାହିଁ ପଚାରି ବୁଝୁଥିଲେ । ହେଲେ ନିଜେ କରୋନା ଆକ୍ରାନ୍ତି ଚିହ୍ନଟ ହେବା ପରେ ଜଗତସିଂହପୁର ବ୍ଲକ୍ ପଳାଶୋଳ ପଂଚାୟତରେ କୋକୁଆ ଭୟ ଖେଳି ଯାଇଛି । ଆଶା କର୍ମୀ ପ୍ରତି ଘର ବୁଲିଥିବାରୁ ଲୋକ ଅଜଣା ଭୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଶା କର୍ମୀ(୪୭)ଙ୍କ ସମେତ ତାଙ୍କ ସ୍ୱାମୀ(୫୦) ଓ ଜଣେ ୭ ବର୍ଷର ଝିଆରୀଙ୍କ ମଧ୍ୟ କରୋନା ପଜିଟିଭ୍ ବାହାରିଛି । ସୂଚନା ମୁତାବକ ସ୍ୱାମୀ ଭୁବନେଶ୍ୱରରେ ଏକ ଅଟାକଳରେ କାମ କରୁଥିଲେ । ସେଠାରୁ ୧୦ରୁ ଅଧିକ ଲୋକଙ୍କୁ କରୋନା ବାହାରିବା ଦେଖି ସେ ଚଳିତ ମାସ ପ୍ରଥମ ସପ୍ତାହରେ ଘରକୁ ଚାଲି ଆସିଥିଲେ । ତାଙ୍କ ଠାରେ କିଛିଟା ଲକ୍ଷଣ ଦେଖା ଦେଇଥିଲେ ହେଁ ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥିବାରୁ ଏଭଳି ହୋଇ ଥାଇ ପାରେ ବୋଲି ସନ୍ଦେହ କରିଥିଲେ । ହେଲେ ଦେହ ଅଧିକ ଖରାପ ହେବାରୁ ପୁରା ପରିବାର କରେନା ଟେଷ୍ଟ କରିଥିଲେ । ଆଶା କର୍ମୀ, ତାଙ୍କ ସ୍ୱାମୀ ଓ ସାହି ଭିତର ଝିଆରିର କରୋନା ପଜିଟିଭ୍ ଆସିଛି। ତେବେ ଯଶୋବନ୍ତପୁର ପଂଚାୟତରେ ବଡ଼ ଝିଅ ଏନ୍ଏମ୍ ରହିଛନ୍ତି । ବଡ଼ ଝିଅଙ୍କ ସ୍ୱାମୀ ଓ ଛୋଟ ପୁଅର କରୋନା ନେଗେଟିଭ୍ ଆସିଥିବା ଜଣା ପଡ଼ିଛି । ଏଥି ସହ ସାନ ଝିଅର ବି କରୋନା ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।

ଆଶା କର୍ମୀଙ୍କ ଅଧିକାଂଶ ଲୋକଙ୍କ ସହ ମିଳାମିଶା ସବୁଠାରୁ ଚିନ୍ତାର ବିଷୟ ହୋଇଛି । କିଛି ଦିନ ତଳେ ବନ୍ଧନ ଫାଇନାନ୍ସର କିଛି କର୍ମଚାରୀ ଆସିଥିବା ବେଳେ ଏକ ପଡ଼ାରେ ମହିଳାମାନଙ୍କ ସହିତ ଏହି ଆଶା କର୍ମୀ ବୈଠକ କରିଛନ୍ତି । ଯାହା ଅଧିକ କ୍ଷତି ହୋଇପାରେ ବୋଲି କୁହାଯାଉଛି । ଏନେଇ ସରପଂଚ ଗାୟତ୍ରୀ ବେହେରା କହିଛନ୍ତି ଯେ ଏବେ ପଂଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପଳଶୋଳ ପଂଚାୟତରେ ଦେଢ଼ ହଜାରୁ ଅଧିକ ଘର ରହିଛି । ପ୍ରାୟ ୬ ହଜାର ଲୋକ ରହୁଛନ୍ତି । କଣ କରାଯାଇ ପାରିବ ତାହା ପ୍ରଶାସନ ସହିତ ଆଲୋଚନା କରାଯିବ । ଆବଶ୍ୟକ ପଡ଼ିଲେ ସଟ୍ ଡାଉନ୍ କରାଯିବ । ତେବେ କରୋନା ପଜିଟିଭ୍ ବାହାରିବା ପରେ ବିଡ଼ିଓ ଓ ମେଡିକାଲକୁ ଯୋଗାଯୋଗ କରିଥିଲେ ସୁଧା କୌଣସି ସହଯୋଗ ମିଳି ନଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର