ମାଲକାନଗିରି: ପ୍ରତିଦିନ ସାଇବର ଠକଙ୍କ ନୂଆ ନୂଆ ଚାଲରେ ଲୋକେ ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସଫଳ ହେଉଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଲୋକଙ୍କୁ ନୂଆ ଉପାୟରେ ସାଇବର ଠକମାନେ ଲକ୍ଷାଧିକ ଟଂକା ଠକି ନେଉଥିବା ଶୁଣିବାକୁ ମିଳିଛି। ବିଏସଏଫ ଯବାନ ନାମରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି।ଯେଉଁଥିରେ ଲୋକେ ସହଜରେ ବିଶ୍ବାସ କରି ନେଉଛନ୍ତି ଏବଂ ପରେ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ୧୧୯ କଲୋନୀର ଅର୍ଚନା କାମ୍ପା ନାମକ ମହିଳାଙ୍କୁ କେହି ଜଣେ ବିଏସଏଫ ଅଧିକାରୀ କହି ଠକିଥିବା ନଜରକୁ ଆସିଛି।
ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ନିଜକୁ ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପର ଜଣେ ଯବାନ କହୁଥିବା କହି ତୁମେ କ୍ୟାକ ପ୍ରସ୍ତୁତ କରୁଛ କି ବୋଲି ପ୍ରଶ୍ନ କରିଥିଲେ। ଏପଟେ ଅର୍ଚନା ଆମର ବ୍ୟାକେରୀ ରହିଥିବା କହି କ୍ୟାକ ପ୍ରସ୍ତୁତ ଚାଲିଥିବା କହିଥିଲେ। ସେପଟେ ଫୋନରେ ତୁରନ୍ତ ୨୪ କିଲୋ କ୍ୟାକ ଦରକାର ବୋଲି ଅଡର ଦିଆଯାଇଥିଲା। ତେବେ ଏଥିପାଇଁ ପ୍ରତି କିଲୋକୁ ୨୦୦ ଟଂକା ଲେଖାଏଁ ଦିଆଯିବ ବୋଲି କୁହାଯାଇଥିଲା।ତେବେ ଟଂକା କିପରି ନେବ ବୋଲି ପୁଣି ସେହି ବ୍ୟକ୍ତି ଜଣକ ପଚାରିଥିଲେ। ଆମକୁ ସଂଧ୍ୟାରେ ଏମଭି-୩ ବିଏସଏଫ କ୍ୟାମ୍ପରେ ସମସ୍ତ କ୍ୟାକ ପହଞ୍ଚାଇବାକୁ କହିଥିଲେ।
ତେବେ କ୍ୟାକ ପହଞ୍ଚିବା ପୂର୍ବରୁ ଆମେ ତୁମକୁ ଟଂକା ଆଗ୍ରୀମ ଆକାରରେ ଦେବୁ ବୋଲି କହିଥିଲେ। ତୁମର ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ନମ୍ବର ଦେବାକୁ କହିଥିଲେ। ତେବେ ସେହି ଆକାଉଣ୍ଟରେ ୧୦ ହଜାର ଟଂକା ରହିବା ଦରକାର। ନଚେତ ଟଂକା ଯିବ ନାହିଁ ବୋଲି କହିଥିଲେ। ଅର୍ଚ୍ଚନା ନିଜର ଆକାଉଣ୍ଟ ନଥିବା କହିବା ସହ ବ୍ୟାଙ୍କରେ ଟଂକା ନଥିବା କହିଥିଲେ। ତେବେ କେଉଁଠାରୁ ଉଧାର କରି ଆକାଉଣ୍ଟରେ ଟଂକା ଜମା କରିବାକୁ ଅନୁରୋଧ କରିଥିଲେ ଠକ।ତେବେ ନିଜର ପୁଅ ରାଉଲକେଲାରେ ପାଠ ପଢୁଥିବା ବେଳେ ତାଂକ ପାଖରେ ଟଂକା ରହିଥିବା ଜାଣିବା ପରେ ତାଂକ ଆକାଉଣ୍ଟ ନମ୍ବର ଦେଇ ଦେଇଥିଲେ।
/sambad/media/post_attachments/wp-content/uploads/2022/07/cyber.jpg)
ତେବେ କ୍ୟାକ ଗୁଡିକ ଟଂକା ପହଞ୍ଚିଲା ପର୍ଯ୍ୟନ୍ତ ତିଆରି କରନ୍ତୁ ନାହିଁ ବୋଲି ପୁଣି କହିଥିଲେ।ତୁମ ଆକାଉଣ୍ଟରେ ଏକ ଟଂକା ଛାଡୁଛୁ ,ଦେଖିବା ପରେ ଏକ ମେସେଜ ଯିବ ସେଥିରେ କ୍ଲିକ କରିବାକୁ କହିଥିଲେ। ଅର୍ଚ୍ଚନା ଏସବୁ କିଛି ବୁଝିନପାରି, ଠକ ଯାହା ପଠାଇଥିଲେ ସେଥିରେ କ୍ଲିକ କରିବା ପରେ ତାଂକର ୧୦ ହଜାର ଟଂକା କଟିଯାଇଥିଲା।ତେବେ ଅର୍ଚ୍ଚନା ଠକକୁ କିପରି ଟଂକା କଟିଲା ବୋଲି ପ୍ରଶ୍ନ କରିବାରୁ କୌଣସି ସମସ୍ୟା ନାହିଁ।ଆହୁରି ଦଶ ହଜାର ଟଂକା ପକାନ୍ତୁ ସବୁ ଫେରିଯିବ ବୋଲି କହିଥିଲା। ଏଠାରୁ ଅର୍ଚ୍ଚନାଙ୍କ ପରିବାର ଲୋକେ ସତର୍କ ହୋଇ ମାଲକାନଗିରି ଥାନାରେ ଯାଇ ଏତଲା ଦେଇଥିଲେ। ଏହାପୂର୍ବରୁ ଠକ ସେମାନଙ୍କର ଟଂକା ଠକି ନେଇସାରିଥିଲା। ଯେଉଁ ଅଜଣା ଫୋନ ନମ୍ବରରେ ଫୋନ ଆସିଥିଲା ତାକୁ କେଉଁଠାରୁ କହୁଛ ପଚାରିବାରୁ ସେ କୋଲକାତାରୁ କହୁଥିବା କହି ଫୋନକୁ ବନ୍ଦ କରିଦେଇଥିଲା।
ତେବେ ଏହା ଗୋଟିଏ ଘଟଣା ନୁହେଁ ଜିଲ୍ଲାର ବହୁ ଦୋକାନୀଙ୍କୁ ଏଭଳି ଫୋନ କଲ ଆସିଛି। ବହୁ ଲୋକେ ଥାନାକୁ ଯାଇନଥିବା ବେଳେ ଠକାମୀର ଶିକାର ହୋଇ ନିଜ ନାମକୁ ଆଉ ଗଣମାଧ୍ୟମରେ ପ୍ରକାଶ କରିବାକୁ ଚାହିଁନଥିଲେ। ତେବେ ବିଏସଏଫ ଯବାନ କହି ଏଭଳି ଠକୁଥିବାରୁ ଏଥିପ୍ରତି ସାବଧାନ ରହିବାକୁ ପୁଲିସ ତରଫରୁ କୁହାଯାଇଛି। ସତର୍କ ନହେଲେ ଠକମୀର ଶିକାର ହେବେ ବୋଲି ମଧ୍ୟ ସତର୍କ କରାଯାଇଛି। ଫୋନ ଯୋଗେ କୌଣସି ନେଣଦେଣ ନକରିବା ଭଲ ବୋଲି କୁହାଯାଇଛି। ତେଣୁ ବିଏସଏଫ ଯବାନଙ୍କ ନାମ ନେଇ ସହଜରେ ଟଂକା ହଡପ କରିବା ସୁବିଧା ହେଉଥିବାରୁ ଦୋକାନୀମାନେ ପ୍ରତ୍ୟକ୍ଷ ନଦେଖିଲେ ବିଶ୍ବାସକୁ ନିଅନ୍ତୁ ନାହିଁ ବୋଲି କୁହାଯାଇଛି। ଗତବର୍ଷ ପ୍ରାୟ ୧୦୦ ସାଇବର କ୍ରାଇମ ମାଲକାନଗିରିରେ ଘଟିଛି। ବହୁ ଘଟଣା ପୁଲିସ ନିକଟରେ ପହଞ୍ଚୁ ନାହିଁ।କାରଣ ଟଂକା ଆଉ ମିଳିବାର କୌଣସି ବାଟ ନଥବାରୁ ଚୁପ ରହିବା ଭଲ ଭାବି ଲୋକେ ଥାନାକୁ ଯାଉନଥିବା ଦେଖିବାକୁ ମିଳିଛି।