ଭୁବନେଶ୍ବର: ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ କମିସନଙ୍କୁ ଜଣାଯାଇଛି। ନିର୍ବାଚନ କମିସନ ପିପିଲି ଉପନିର୍ବାଚନ ପାଇଁ ପୁଣିଥରେ ନୂଆ ତାରିଖ ଘୋଷଣା ସହ ସାନି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେବ। ତେବେ ସବୁ ଦଳର ପ୍ରାର୍ଥୀଙ୍କ ବଦଳରେ କେବଳ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିବ। କିନ୍ତୁ କେବେ ତାରିଖ ଘୋଷଣା ହେବ ସେନେଇ କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥାନ୍ତା। ତେବେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ମୈଦାନକୁ ଓହ୍ଲାଇଥିବା ବେଳେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ହେଉଛି।
ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ; ନୂଆ ପ୍ରାର୍ଥୀ ଦେବ କଂଗ୍ରେସ
/sambad/media/post_attachments/wp-content/uploads/2021/04/congress-on-pipili15_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)