ଓଡ଼ିଶାରେ ପହଞ୍ଚିଲେ ନୂଆ ଡିଜି ସୁନୀଲ ବନସଲ୍, ଆଜି ଦାୟିତ୍ୱ ନେବେ

କଟକ : ଓଡ଼ିଶା ପୁଲିସ ବିଭାଗର ନୂଆ ଡିଜି ଭାବେ ଶୁକ୍ରବାର ଦାୟିତ୍ବ ନେବାକୁ ଯାଉଛନ୍ତି ସୁନୀଲ ବନସଲ୍‌। ଶ୍ରୀ ଅଭୟ ଶୁକ୍ରବାର ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ବନସଲ୍ ଦାୟିତ୍ବ ଗ୍ରହଣ କରିବେ। ଗୁରୁବାର ରାତିରେ ଶ୍ରୀ ବନସଲ୍‌ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଆଜି କଟକ ପୁଲିସ ମୁଖ୍ୟାଳୟରେ ପୁରୁଣା ଡିଜିଙ୍କ ବିଦାୟ ଓ ନୂଆ ଡିଜିପିଙ୍କ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ ହେବ।

୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ବନସଲ୍‌ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଦୀର୍ଘ ୨୭ ବର୍ଷ ପରେ ସେ ଓଡ଼ିଶା ଫେରୁଛନ୍ତି। ୨୦୧୯ ଡିସେମ୍ବର ୯ ତାରିଖରେ ଶ୍ରୀ ଅଭୟ ଓଡ଼ିଶା ପୁଲିସ ବିଭାଗର ଡିଜିପି ଭାବେ କାର୍ଯ୍ୟ କରି ଆସୁଥିଲେ। ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର ଶ୍ରୀ ଅଭୟ ଡିସେମ୍ବର ୩୧ ତାରିଖରେ ଚାକିରିରୁ ଅବସର ନେବାକୁ ଯାଉଛନ୍ତି। ତାଙ୍କ ସ୍ଥାନରେ ରାଜ୍ୟ ସରକାର ଶ୍ରୀ ବନସଲ୍‌ଙ୍କୁ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର