ଭୁବନେଶ୍ୱର: ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣିଲେ । ଓଏଚ୍ଏମ୍ସି, ଓଏମ୍ଇଏସ୍, ଆୟୁଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ । ନର୍ସ ଓ ପାରାମେଡିକାଲ ଷ୍ଟାଫ ମଧ୍ୟ ସାମୟିକ ଭାବେ ଆସିଲେ । ଏମାନେ ଷ୍ଟେଟ ପୁଲ ଦ୍ୱାରା ନିୟୋଜିତ ହେବେ । କୋଭିଡ ପରିଚାଳନା ପାଇଁ ଏମାନଙ୍କୁ ନିୟୋଜିତ କରାଯିବ ।