ବଦଳିଲେ ୨ ଜିଲ୍ଲାର ଜିଲ୍ଲାପାଳ, ସଂଗ୍ରାମ ମହାପାତ୍ର ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିଯୁକ୍ତ କରାଯାଇଛି । ଆଇଏସଏସ୍ ଅଧିକାରୀ ପାରୁଲ ପଟଓ୍ବାରିଙ୍କୁ ଜଗତସିଂହପୁର ଜିଲ୍ଲାପାଳ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ, ଖୋର୍ଦ୍ଧା ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଧିକାରୀ ସନତ କୁମାର ମହାନ୍ତିଙ୍କୁ ଟିଇ ଏଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଆଇଏଏସ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର