ଗୃହ ବିଭାଗର ବିଜ୍ଞପ୍ତି: ନୂଆଁ ଡ୍ରେସ କୋଡ୍‌ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଲାଗି ରାଜ୍ୟ ସରକାର ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ଡ୍ୟୁଟିରେ ଥିବା ବେଳେ ବର୍ତ୍ତମାନର ୟୁନିଫର୍ମ ପିନ୍ଧିବେ ଏବଂ ଅନ୍ୟ ଡ୍ୟୁଟି ବେଳେ ଲାଲ ଟ୍ରାକ୍‌ ପ୍ୟାଣ୍ଟ ଓ ହଳଦିଆ ଟି-ସାର୍ଟ ପିନ୍ଧିବେ। ଏଥିରେ ଫାୟାର ଲେଖା ରହିବ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ସମୟରେ ନୂତନ ଡ୍ରେସ୍‌ ପିନ୍ଧିବେ।

ସମ୍ବନ୍ଧିତ ଖବର