କଟକ: ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍ଏ) ଓଡ଼ିଶା ଶାଖାର ୭୩ ତମ ରାଜ୍ୟ ପରିଷଦ ବୈଠକ ସଂଘର ରାଜ୍ୟ ଶାଖା ଭବନରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପରିଷଦରେ ରାଜ୍ୟ ଶାଖା କର୍ମକର୍ତ୍ତା ସହିତ ବିଭିନ୍ନ ଶାଖାର ସଭାପତି, ସମ୍ପାଦକ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉକ୍ତ ଅସନରେ ଆଇଏମ୍ଏର ପ୍ରାକ୍ତନ ଜାତୀୟ ସଭାପତି ଡାକ୍ତର ଏମ୍. ଆବାସ୍ ଯୋଗ ଦେଇଥିଲେ। ପରିଷଦର ଅନୁମୋଦନ କ୍ରମେ ୨୦୨୨-୨୩ ବର୍ଷ ପାଇଁ କର୍ମକର୍ତ୍ତା ଦାୟିତ୍ବ ଗ୍ରହଣ କରିଥିଲେ। ରାଜ୍ୟ ସଭାପତି ଭାବେ ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରଜତ କୁମାର ରାୟ, ରାଜ୍ୟ ଶାଖା ସମ୍ପାଦକ ଭାବେ ଡାକ୍ତର ବ୍ରଜକିଶୋର ଦାଶ, ରାଜ୍ୟ ଅର୍ଥ ସମ୍ପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର, ସହ-ସମ୍ପାଦକ ଡାକ୍ତର ଦେବପ୍ରସାଦ ମହାନ୍ତି, ଡାକ୍ତର ଦୀପକ କୁମାର ପାଢ଼ୀ, ସାମାଜିକ କଲ୍ୟାଣ ସମ୍ପାଦକ ଭାବେ ଡାକ୍ତର ସମ୍ରାଟ କର ଦାୟିତ୍ବ ଗ୍ରହଣ କରିଥିଲେ। ଏତଦ୍ବ୍ୟତୀତ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ରାଜ୍ୟ ଶାଖା ତରଫରୁ ଡାକ୍ତର ଜନ୍ମେଜୟ ମହାପାତ୍ର, ଡାକ୍ତର ବାନାମ୍ବର ସେନାପତି, ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ବି. ନାଗେଶ୍ୱର ରାଓ ସୁବୁଦ୍ଧି, ଡାକ୍ତର ମନୋଜ କୁମାର ଛୋଟରାୟ ଏବଂ ଡାକ୍ତର ସୁବାସ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
ଆଇଏମ୍ଏ ଓଡ଼ିଶା ଶାଖାର ନୂତନ କର୍ମକର୍ତ୍ତା
ଆଇଏମ୍ଏ ଓଡ଼ିଶା ଶାଖାର ନୂତନ କର୍ମକର୍ତ୍ତା
/sambad/media/post_attachments/wp-content/uploads/2022/02/5s5a64s654fs65fs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)