ନେସ୍କୋ ପାୱାର ଏମ୍ପ୍ଲଇଜ୍ ୟୁନିଅନରେ ନୂତନ କର୍ମକର୍ତ୍ତାଙ୍କ ଯୋଗଦାନ

ବାରିପଦା : ନେସ୍କୋ ପାୱାର ଏମ୍ପ୍ଲଇଜ୍ ୟୁନିଅନରେ ଏକାଧିକ ନୂତନ କର୍ମକର୍ତ୍ତା ଯୋଗ ଦେଇଛନ୍ତି। ଗତକାଲି ସଂଘର ସାଧାରଣ ସମ୍ପାଦକ ତାରକାନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ସହ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବିଦ୍ୟୁତ ଡିଭିଜନର ମୋରଡ଼ା, କୁଳିଅଣା, ଝାରପୋଖରିଆ, ବାଙ୍ଗିରିପୋଷି ଆଦି ଅଞ୍ଚଳର ଅନ୍ୟ ବିଦ୍ୟୁତ ସଙ୍ଗଠନର କର୍ମକର୍ତ୍ତା ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିଅନର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେବା ସହିତ ସଂଘର ସଦସ୍ୟତା ଗ୍ରହଣ କରିଛନ୍ତି ।

ସଂଘର ସାଧାରଣ ସଂପାଦକ ଶ୍ରୀ ପଟ୍ଟନାୟକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏହା ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ମତବ୍ୟକ୍ତ କରିଥିଲେ। ସଂଗଠନ ଦୀର୍ଘଦିନରୁ କର୍ମକର୍ତ୍ତାଙ୍କ ହକ ଓ ନ୍ୟାୟ ପାଇଁ ଲଢେଇ କରିଆସୁଛି ଏବଂ କରୁଥିବ ବୋଲି ସେ କହିଥିଲେ । ସଂଘର ବରିଷ୍ଠ କର୍ମକର୍ତ୍ତା ରବୀନ୍ଦ୍ର ବେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତି, ଅଶୋକ ମହାନ୍ତି, ବଂଶୀଧର କର, ଡମ୍ବରୁଧର କମିଳା, ଫକୀର ମହାନ୍ତି ଓ ସତ୍ୟନାରାୟଣ ମହାନ୍ତି ଯୋଗଦେଇଥିଲେ। ଏହି ଅବସରରେ ୟୁନିଅନର ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଶୁକ୍ଳା, ଡିଭିଜନ ସମ୍ପାଦକ ଚନ୍ଦନ କୁମାର ମହାନ୍ତି, ସବଡିଭିଜନ୍ ସମ୍ପାଦକ କୃଷ୍ଣପଦ ମହାନ୍ତି, ତ୍ରିଲୋଚନ ବେହେରା, ବୁଧେଶ୍ୱର ମାରାଣ୍ଡି, ରଞ୍ଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର